ମାନବ ସମ୍ବଳବିକାଶ ମନ୍ତ୍ରାଳୟର ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ : ଏନଆଇଟି ଅଧ୍ୟକ୍ଷା ବସନ୍ଥା ରାମସ୍ୱାମୀଙ୍କୁ ବରଖାସ୍ତ

30

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଏନଆଇଟି ବୋର୍ଡ ଅଫ ଗର୍ଭର୍ଣ୍ଣସ ଅଧ୍ୟକ୍ଷାଙ୍କୁ ବରଖାସ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ବରଖାସ୍ତ କରାଯାଇଛି । ବରଖାସ୍ତ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନଆଇଟିକୁ ଚିଠି ଦିଆଯାଇଛି । ପୂର୍ବରୁ ଏନଆଇଟି ପରିଚାଳନାରେ ବହୁ ବିବାଦରେ ଥିବା ଏନଆଇଟି ଅଧ୍ୟକ୍ଷା ଓ ପ୍ରଫେସର ସୁନୀଲ ଷଡଙ୍ଗୀଙ୍କ ନାଁରେ ଅଭିଯୋଗ ଥିଲା । ଗତ ୨୨ ତାରିଖରେ ୨ ଜଣଙ୍କୁ ଇସ୍ତଫା ଦେବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହା ପରେ ପ୍ରଫେସର ସୁନୀଲ ଷଡଙ୍ଗୀ ଇସ୍ତଫା ଦେଇଥିବା ବେଳେ ବସନ୍ଥା ରାମସ୍ୱାମୀ କିନ୍ତୁ ଇସ୍ତଫା ଦେଇନଥିଲେ । ତେଣୁ ଅବଧି ସରିବା ପୂର୍ବରୁ ତାଙ୍କୁ ପଦବୀରୁ ତଡାଯାଇଛି ।