ଅସ୍ତରଙ୍ଗରେ ବନ୍ୟା ପରିସ୍ଥିତି : ମାଡିଆସୁଛି ସମୁଦ୍ର ଜୁଆର

196

ଅସ୍ତରଙ୍ଗ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ଅସ୍ତରଙ୍ଗ ଓ କାକଟପୁରରେ ଲଗାଣ ବର୍ଷା ଜାରି ରହିଛି । ସମୁଦ୍ରରେ ୩ ମିଟର ଉଚ୍ଚର ଜୁଆର ଯୋଗୁଁ ସମୁଦ୍ର କୂଳ ଲଂଘୁଛି । ଫଳରେ ସିସୁଅ ପଂଚୟାତରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ ଲଗାଣ ବଷା ଯୋଗୁଁ ବହୁ ଚାଷ ଜମି ଓ ତଳିଆ ପଂଚାୟତ ଜଳାର୍ଣ୍ଣବ ହୋଇଯାଇଛି । ଲୁଣି ଜୁଆର ମାଡରେ କଅଁରପୁର-ତତ୍ପାହାର ରାସ୍ତାରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । କୋଣାର୍କ ରାମଚଣ୍ଡି ମନ୍ଦିର ପଛପଟେ ଖୋଲିଥିବା ନୂଆ ମୁହାଣ ଯୋଗୁଁ ସମୁଦ୍ର ଢେଉ ସୁରକ୍ଷା ପାଚେରୀରେ ମାଡ ହେଉଛି ।