ନୀରବ ମୋଦି ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କଲା ଇଂଟରପୋଲ : ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଉପରେ କଟକଣା

47

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଘୋଟାଲା ମଧ୍ୟରେ ଗୋଟିଏ ପିଏନବି ଘୋଟାଲାର ମୁଖ୍ୟ ନୀରବ ମୋଦିଙ୍କ ପାଇଁ ମୁସ୍କିଲ ବଢ଼ିପାରେ । ନୀରବ ମୋଦି ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କଲା ଇଂଟରପୋଲ । ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ପୂର୍ବରୁ ସିବଆଇ ଇଂଟରପୋଲକୁ ଅନୁରୋଧ କରିଥିଲା । ଏହାର ଅର୍ଥ ଏବେ ନୀରବ ମୋଦି ଯେକୌଣସି ଏୟାରପୋର୍ଟରେ ଦେଖାଗଲେ ତାଙ୍କୁ ତୁରନ୍ତ ଗିରଫ କରାଯିବ । ଇଂଟରପୋଲରେଅନ୍ତର୍ଗତ ପ୍ରାୟ ୧୯୨ ଦେଶ ଆସନ୍ତି । ଯଦି ଏଥର ନୀରବଙ୍କୁ ଗିରଫ କରାଗଲା, ତେବେ ତାଙ୍କୁ ଭାରତ ଆଣିବା ପାଇଁ ସୁବିଧା ହେବ । ଏହି ନୋଟିସ୍ ଜାରି ପରେ ନୀରବଙ୍କ ଗୋଟିଏ ଦେଶରୁ ଅନ୍ୟ ଗୋଟିଏ ଦେଶକୁ ପଳାଇ ଯିବାରେ କଟକଣା ଲାଗିପାରେ । କାରଣ ଇଂଟରପୋଲର ସଦସ୍ୟ ରାଷ୍ଟ୍ରମାନେ ନୀରବକୁ ଠାବ କରି ଗିରଫ କରିବାକୁ ଚେଷ୍ଟା କରିବେ । ପିଏନବି ଦୁର୍ନୀତି ମାମଲାରେ ଭାରତରୁ ପଳାଇଯାଇଥିବା ନୀରବ ଏବେ ଲଣ୍ଡନରେ ରହୁଥିବାର ଖବର ମିଳିିଛି ।

source : wionews.com

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ଜାଲିଆତିରେ ଅଭିଯୁକ୍ତ ଅରବପତି ହୀରା ସୌଦାଗର ନିରବ ମୋଦିଙ୍କ ବିରୋଧରେ ଜାରି କରାଯାଇଛି ରେଡ୍ କର୍ଣ୍ଣର୍ ନୋଟିସ୍ । ରେଡ୍ କର୍ଣ୍ଣର୍ ନୋଟିସ୍ ବଳରେ ଇଣ୍ଟର୍ପୋଲର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରବର୍ତ୍ତନ ଏଜେନ୍ସିମାନେ ନିଜ ନିଜ ଦେଶରେ ନିରବ ମୋଦିଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ କରିବା ସହ ତାଙ୍କୁ ଗିରଫ କରି ପାରିବେ । ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି ହେବା ଯୋଗୁଁ ନିରବ ମୋଦିଙ୍କ ଚଳପ୍ରଚଳ ସୀମିତ ହୋଇଯିବ । ବିଶ୍ୱବ୍ୟାପୀ ଖୋଜା ପଡ଼ିଥିବା ବେଳେ ଏବେ ୪୭ ବର୍ଷିୟ ନିରବ ଲଣ୍ଡନର ମେ’ଫେୟାରରେ ଅବସ୍ଥାନ କରୁଛନ୍ତି ବୋଲି ଖବର ମିଳୁଛି ।