ଅଣସର ସମୟରେ ମହାପ୍ରଭୁଙ୍କ ପାଖରେ ଲାଗିହୁଏ ପଣାଭୋଗ : ଜାଣନ୍ତୁ ଏହାର ବିଶେଷତ୍ୱ

95

ଏବେ ଅସୁସ୍ଥ ଅଛନ୍ତି ମହାପ୍ରଭୁ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ଗତକାଲିଠାରୁ ମହାପ୍ରଭୁଙ୍କ ଉପଚାର ଆରମ୍ଭ ହୋଇଛି । ମାନବୀୟ ଲୀଳା ଆଧାରରେ ଶ୍ରୀଜୀଉଙ୍କ ଉପଚାର କରାଯାଉଛି । ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି । କାଲି ଲାଗି ହେବ ଫୁଲୁରୀ ତେଲ । ଅଣସର ସମୟରେ ମହାପ୍ରଭୁଙ୍କ ପଣାଭୋଗ ହୋଇଥାଏ । ଏହି ପଣାର ଖାସ କଥା ହେଲା, ଏଥିରେ କୌଣସି ଦ୍ରବ୍ୟ ମିଶିନଥାଏ । କେବଶ କ୍ଷୀର, ସର ଓ ଛେନାରେ ପ୍ରସ୍ତୁତ ହୋଇଥାଏ । ଅସୁସ୍ଥ ସମୟରେ ମହାପ୍ରଭୁଙ୍କର ପ୍ରିୟ ହେଉଛି ଏହି ପଣା ।

PURI

 

ସୂଚନାଯୋଗ୍ୟ ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଉପଚାର । ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି । ଅଣସର ବିଧି ଅନୁଯାୟୀ ଶ୍ରୀ ବିଗ୍ରହମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି । ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ୱର ହେଲେ ଯେପରି ପଥି ଉପଚାର କରାଯାଏ। ସେହି ଭଳି ଭାବେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରାଯାଉଛି। ରାତ୍ରୀରେ ମହାପ୍ରଭୁଙ୍କ ଚକଟା ଭୋଗ ପରେ ଏହି ପଣାଭୋଗ ଅର୍ପଣ କରାଯାଏ । ମହାପ୍ରଭୁଙ୍କର ଏହା ଅର୍ପଣ କରାଯିବା ପରେ ବିଭିନ୍ନ ଦେବାଦେବୀଙ୍କୁ ଅର୍ପିତ କରାଯିବା ସହ ରାଜ ପ୍ରସାଦକୁ ଯାଇଥାଏ। ୧୪ଦିନ ଧରି ଦଇତାପତିମାନେ ଏହି ପଣାଭୋଗ ପ୍ରସ୍ତୁତ କରିଥାନ୍ତି । କ୍ଷୀର, ସର ,ଚିନି, ମିଶ୍ରି ଓ ଚିନି ମିଶାଇ ଅଣସର ପଣା ପ୍ରସ୍ତୁତ ହୋଇଥାଏ । ଯାହାକୁ ସମସ୍ତ ଦେବାଦେବୀ ଓ ଭକ୍ତ ଅନେଇ ବସିଥାଆନ୍ତି ।