ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ : ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ତିନିଠାକୁର

34

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ୯ ଦିନର ଯାତ୍ରାରେ ଜନ୍ମବେଦୀରୁ ଲୀଳାଖେଳା ସାରି ଫେରିଛନ୍ତି ତିନି ଠାକୁର । ଗତକାଲି ଠାକୁରଙ୍କ ଅଧରପଣା ନୀତି ଖୁବ ଉତ୍ସାହ-ଉଦ୍ଦିପନା ମଧ୍ୟରେ ସଂପନ୍ନ ହୋଇଛି । ରଥ ଉପରେ ଥିବା ଚଣ୍ଡି ଚାମୁଣ୍ଡାଙ୍କୁ ହଟାଇବା ପାଇଁ ରଥରେ ଭଙ୍ଗାଯାଇଥିଲା ଅଧରପଣା ହାଣ୍ଡି । ମାଟିରେ ତିଆରି ବଡ ବଡ ପାତ୍ରରେ ଚଣ୍ଡି ଚାମୁଣ୍ଡାଙ୍କ ଉଦେଶ୍ୟରେ ପଣା ରଖାଯାଇଥିଲା । ସନ୍ଧ୍ୟାରେ ଏହାକୁ ଶ୍ରୀଜିଉଙ୍କ ଆଗରେ ଭଂଗାଯାଇଥିଲା ।