ସିଂହଦ୍ୱାରରେ ଆରମ୍ଭ ହେଲା ନୀଳଚକ୍ର ଆଳତୀ ! ପୂରା ବିଶ୍ୱ ଜାଣିବ ନୀଳଚକ୍ରର ମହାତ୍ମ୍ୟ

35

କନକ ବ୍ୟୁରୋ : ନୀଳଚକ୍ରର ମହିମାକୁ ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ । ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ନୀଳଚକ୍ର ଆଳତୀ । ସ୍ୱତନ୍ତ୍ର ମଂଚରୁ ମଠାଧୀଶମାନେ ଏହି ଆଳତି କରିଛନ୍ତି । ଏକାଦଶୀ ତିଥିରେ ନୀଳଚକ୍ରଙ୍କୁ ପୂଜାର୍ଚ୍ଚନା କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ପବିତ୍ର ଏକାଦଶୀରୁ ଆଳତୀ ପରମ୍ପରା ଆରମ୍ଭ କରାଯାଇଛି । ଆଳତୀ ସମୟରେ ଘଂଟ ଧ୍ୱନୀ, ଶଂଖ ନାଦ ଓ ହରିବୋଲରେ ସିଂହଦ୍ୱାର କମ୍ପି ଉଠିଛି । ନୀଳଚକ୍ର ଆଳତି ଦେଖିବା ପାଇଁ ପୁରୀ ବଡ ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ ।

ଶ୍ରୀନୀଳଚକ୍ର ଆରାଧନା ସେବା ସଂସ୍ଥାନ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ନୀଳଚକ୍ରଙ୍କୁ ଆଳତୀ କରାଯିବ । ଶ୍ରୀ କ୍ଷେତ୍ରରେ ମହୋଦଧିଙ୍କ ଉଦ୍ଦେଶ୍ୟରେ ସବୁଦିନ ଆଳତୀ କରାଯାଉଥିବା ବେଳେ ଆଜିଠାରୁ ନୀଳଚକ୍ର ଉଦ୍ଦେଶ୍ୟରେ ପ୍ରତିଦିନ ସନ୍ଧ୍ୟାରେ ଆଳତୀ କରାଯିବ । ତେଣୁ ନୀଳଚକ୍ର ଆଳତି ପାଇଁ ଶ୍ରଦ୍ଧାଳୁଙ୍କୁ ଦୀପଦାନ କରିବା ପାଇଁ ନିବେଦନ କରିଛି ନୀଳଚକ୍ର କମିଟି । କୁହାଯାଏ, ନୀଳଚକ୍ରକୁ ଦର୍ଶନ କଲେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନର ସମାନ ଫଳ ମିଳିଥାଏ ।