ଥମୁନି ନିଆଳୀ ମେଣ୍ଢା ମୃତ୍ୟୁର କୋକୁଆ ଭୟ ! ପ୍ରତିଦିନ ମରୁଛନ୍ତି ତିନି ଚାରି ମେଣ୍ଢା, ରାତି ଉକ୍ସାଗର ହୋଇ ଜଗୁଛି ଚାଷୀ, କୁମ୍ଭକର୍ଣ୍ଣ ନିଦରେ ସରକାର ।

54

କନକ ବ୍ୟୁରୋ : ଖବରକୁ ପୁଣି ଫେରିଛି ନିଆଳୀରେ ମେଣ୍ଢା ମଡକ ଘଟଣା । ମୃତ୍ୟୁ ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରତ୍ୟକ ଦିନ ୪ରୁ ୫ଟି ମେଣ୍ଢାର ମୃତ୍ୟୁ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । କିଏ ସେ ଅଜଣା ଜନ୍ତୁ ମାତ୍ର କିଛି ସମୟ ଭିତରେ ମେଣ୍ଢାଙ୍କୁ ମାରି ଦେଉଛି । ସେ କାହାଣୀର ରହସ୍ୟ ଖୋଜିବାକୁ ନିଆଳୀର ବିଳାଶୁଣି ପଂଚାୟତରେ ସ୍ଥିତି ପରଖିବାକୁ ପହଁଚିଥିଲା କନକ ନ୍ୟୁଜ୍ ଟିମ୍ । ବିଳମ୍ବିତ ରାତିରେ ବିଳାଶୁଣି ପଂଚାୟତ ଅଫିସ ପାଖରେ ପହଁଚିଥିଲେ ଆମ ପ୍ରତିନିଧି । କେହି କୁଆଡେ ନଥିବା ବେଳେ କିଛି ଦୂରରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା ।

ଏହାକୁ ଦେଖି ପ୍ରଥମେ ଚମକି ପଡିଥିଲେ ଏବଂ କେହି ନିଆଁ ଲଗାଇଦେଇଛି ବୋଲି ଅନୁମାନ କରି ସେହି ଆଡକୁ ଧାଇଁ ଯାଇଥିଲେ । ହେଲେ ନିଆଁ ନିକଟରେ ପହଁଚି ଯାହା ଦେଖିଲେ ଏ ହେଉଛି ସେହି ଚିତ୍ର । ଏହି ଚିତ୍ର ହିଁ ବୟାନ କରୁଛି ଗାଁର କିଛି ଯୁବକ ମେଣ୍ଢା ମାରୁଥିବା ଜନ୍ତୁକୁ ଧରିବା ପାଇଁ କିଭଳି ନିଆଁ ଜାଳି ରାତି ଉଜାଗର ରହି ଜଗି ବସୁଛନ୍ତି । ସେହିଭଳି ଗାଁ ଭିତରେ କିଏ ଗୁହାଳ ଭିତରେ ମେଣ୍ଢାକୁ ଜଗି ବସିଛି ତ ଆଉ କିଏ ଭୟରେ ମେଣ୍ଢାରୁ ନିଜ ଶୋଇବା ଘରେ ବାନ୍ଧି ରଖିଥିଲେ । ଅନ୍ୟପଟେ ଏହି ମେଣ୍ଢାର କାରଣ ଜାଣିବା ପାଇଁ ସରକାର  ଠୋସ ପଦକ୍ଷେପ ନେଇ ନାହାଁନ୍ତି । ଯାହାକୁ ନେଇ ମେଣ୍ଢା ଚାଷୀଙ୍କ ଭିତରେ ଘୋର ଅସନ୍ତୋଷ ଦେଖାଯାଇଛି ।