ପୁଲୱାମା ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ କଡା କାର୍ଯ୍ୟାନୁଷ୍ଠାନ ଜାରି : ୟାସିନ ମଲ୍ଲିକଙ୍କ ସମେତ ଅନେକ ବିଚ୍ଛିନ୍ନତାବାଦୀ ନେତାଙ୍କ ଠିକଣା ଉପରେ ଏନଆଇଏର ଚଢ଼ଉ

198

ପୁଲୱାମା ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ୍, ନଇମ ଖାନ୍ ଓ ଜଫର ଭଟ୍ଟର ଶ୍ରୀନଗର ସ୍ଥିତ ଅନେକ ଶିବିରରେ ଚଢ଼ାଉ ହୋଇଛି । ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କୁ ସହଯୋଗ କରୁଥିବା ବଡ ନେତା ୟାସିନ ମଲ୍ଲିକକୁ ଗତ ଶୁକ୍ରବାର ଦିନ ଗିରଫ କରାଯାଇଥିଲା । ୟାସିନ୍ ମଲ୍ଲିକ ଜାମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ । ଘାଟିରେ ପୁଲିସ ଏବଂ ଅର୍ଦ୍ଧସୈନିକ ବଳଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।
ଏହାପୂର୍ବରୁ ଗୃହ ମନ୍ତ୍ରାଳୟଙ୍କ ନିର୍ଦ୍ଦେଷରେ ଜାମ୍ମୁ-କାଶ୍ମୀର ପ୍ରଶାସନ ୨୨ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ଓ ସରକାରୀ ସୁବିଧା ଫେରାଇ ଆଣିଥିଲେ । ଏହା ବ୍ୟତୀତ ଜାମ୍ମୁ-କାଶ୍ମୀରର ୧୫୫ ରାଜନୈତିକ ବ୍ୟକ୍ତିଙ୍କୁ ଦିଆଯାଇଥିବା ସୁରକ୍ଷାରେ ପରିବର୍ତ୍ତନ କରାଯାଇଥିଲା । ଏହି ସୂଚୀରେ ୟାସିନ ମଲ୍ଲିକର ବି ନାଁ ଥିଲା ।

ସୂଚନା ମୁତାବକ, ବିଚ୍ଛିନ୍ନତାବାଦୀ ନେତା ଓ ରାଜନୈତିକ ବ୍ୟକ୍ତିଙ୍କ ସୁରକ୍ଷାରେ ୧୦୦୦ରୁ ଅଧିକ ପୁଲିସକର୍ମୀ ଓ ୧୦୦ ପାଖାପାଖି ସରକାରୀ ଗାଡି ଥିଲା, ତାକୁ ଏବେ ଫେରାଇ ନିଆଯାଇଛି । ସରକାରଙ୍କ ଏହି ପଦକ୍ଷେପ ଉପରେ ପ୍ରତିକ୍ରିୟା ଦେଇ ୟାସିନ୍ ମଲ୍ଲିକ୍ କହିଥିଲେ କି, ସରକାର ତାଙ୍କୁ କୌଣସି ସୁରକ୍ଷା ହିଁ ଦେଇନଥିଲେ ।