ଗିଫ୍ଟ ବଦଳରେ ଆଇଓୟୁ କାର୍ଡ ! ଉତ୍ସବ ଉପରେ ଖୁଚୁରାର ପ୍ରଭାବ

34

ଏବେ ଚାଲିଛି ବିବାହ ଋତୁ । ବିବାହ କଥା ଆସିଲେ ମନକୁ ଆସେ ନୂତନ ପୋଷାକ , ମେକଅପ୍ , ଭୋଜି ତା ସାଙ୍ଗକୁ ସବୁଠୂୁ ଗୁରୁତ୍ୱପୂର୍ଣ୍ଣ ହେଲା ନବଦମ୍ପତିଙ୍କୁ ଉପହାର । ବଡ ନୋଟକୁ ନେଇ ସରକାରଙ୍ଗ ନିଷ୍ପତି ଏଇ ବିବାହ ଋତୁରେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହାସହ ୧୦୦ ଟଙ୍କିଆ ନୋଟ ଏବେ ଏତେ ମୂଲ୍ୟବାନ ହୋଇ ଯାଇଛି ଯେ ଲୋକେ ଖର୍ଚ୍ଚ କରିବା ପୂର୍ବରୂ ନିଶ୍ଚିତ ଥରେ ଭାବୁଛନ୍ତି ।

ଏପରିସ୍ଥଳେ ନବଦମ୍ପତିଙ୍କୁ ଆଇଓୟୁ କାର୍ଡ ବିବାହ ଉପହାର ରୂପେ ମିଳୁଛି । ଆପଣ ଭାବୁଥିବେ ଆଇଓୟୁର ମାନେ କଣ ,ଏହାର ଅର୍ଥ ହେଲା “ମୁଁ ତୁମ ନିକଟରେ ଋଣୀ’ । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରୁ ଜଣାପଡିଛି ଏଇ ବିବାହ ଋତୁରେ ଜୟପୁରର ଅତିଥିମାନେ ଏଇ ଆଇଓୟୁ କାର୍ଡ ଦେବା ପାଇଁ ବେଶୀ ପସନ୍ଦ କରୁଛନ୍ତି ।

ଏହାସହ ସେମାନେ ନବଦମ୍ପତିଙ୍କୁ କଥା ଦେଇଛନ୍ତି ବଜାରରେ ନୂତନ ନୋଟର ପ୍ରଚଳନ ସ୍ୱଭାବିକ ହେଲେ ସେତେବେଳେ ସେମାନେ ନିଶ୍ଚିତ ରୂପେ ଉପହାର ଦେବେ । ସୂଚନାରୁ ଜଣାପଡିଛି ଅନେକ ଲୋକ ଅତିଥିଙ୍କ ସାମ୍ନାରେ ହିଁ ଲଫାପା ଖୋଲି ପୁରୁଣା ନୋଟକୁ ଫେରାଇ ଦେଉଛନ୍ତି । କନ୍ୟା ଓ ବରଙ୍କ ଘରଲୋକ ପୁରୁଣା ନୋଟ ବଦଳରେ ନୂତନ ନୋଟ ଦେବା ପାଇଁ ସଂପର୍କୀୟଙ୍କୁ ଅନୁରୋଧ କରୁଥିବା ଜଣାପଡିଛି ।