ଗାଜିପୁରରେ ମୋଦିଙ୍କ ଉଦବୋଧନ : ଦେଶରୁ ଭ୍ରଷ୍ଟାଚାର ହଟାଇବା ପାଇଁ ସରକାରଙ୍କର ଏହି ପଦକ୍ଷେପ

37

କନକ ବ୍ୟୁରୋ : ପୁରୁଣା ୫ଶହ ଓ ହଜାର ଟଙ୍କିଆ ନୋଟ୍ ଅଚଳ ହେବା ପରେ ଦେଶର ଗରିବ ଲୋକେ ନିଶ୍ଚିନ୍ତରେ ଶୋଉଥିବାବେଳେ କଳାଧନ ଜମାକାରୀ ନିଦ ବଟିକା ଖାଉଛନ୍ତି । ବଡ ନୋଟ୍ ଅଚଳ କରିବା ପରେ କଳାଧନ ଜମାକାରୀ ଚିନ୍ତାରେ ପଡିଯାଇଛନ୍ତି ।

ଉତରପ୍ରଦେଶ ଗାଜିପୁରରେ ବିଜେପି ପରିବର୍ତନ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ବଡ ନୋଟ୍ ଅଚଳ ଦ୍ୱାରା ଦେଶରୁ ଭ୍ରଷ୍ଟାଚାର ହଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ଦ୍ୱାରା କଳାଧନ ଜମାକାରୀଙ୍କ ନିକଟରେ କେବଳ କାଗଜ ହିଁ ରହିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନଭେମ୍ବର ୨୪ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ବିଲ୍ ପଇଠ ସହ ଡାକ୍ତରଖାନା, ପେଟ୍ରୋଲ ପମ୍ପ ଓ କୋ-ଅପରେଟିଭ ଷ୍ଟୋରରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଚଳିବ । ୮ତାରିଖ ମଧ୍ୟରାତ୍ରିରୁ ପୁରୁଣା ୫ଶହ ଓ ହଜାରେ ଟଙ୍କା ନୋଟ୍ ଅଚଳ ହେବା ପରେ ଡାକ୍ତରଖାନା, ରେଳ ଓ ବିମାନ ଟିକଟ ବୁକିଂ, ଓ ପେଟ୍ରୋଲ ପମ୍ପରେ ପ୍ରଥମେ ୭୨ଘଂଟା ଏହି ନୋଟ୍ ଗ୍ରହଣ କରିବା ପାଇଁ ସରକାର ଘୋଷଣା କରିଥିଲେ,ପରେ ଏହି ସୀମାକୁ ବଢାଇ ଦିଆଯାଇ ନଭେମ୍ବର ୨୪ପର୍ଯ୍ୟନ୍ତ କରାଯାଇଛି ।

ମେଟ୍ରୋ ରେଳ ଟିକେଟ, ଟୋଲ ଫି’, ଔଷଧ କିଣାବିକା, ଏଲପିଜି ଗ୍ୟାସ ସିଲିଣ୍ଡର, ଟ୍ରେନରେ କ୍ୟାଟେରିଂ, ପାଣି ଓ ବିଦ୍ୟୁତ ବିଲ୍ ପୈଠ,ଏବଂ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନରେ ପୁରୁଣା ନୋଟ୍ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୁରୁଣା ଟଙ୍କା ଚଳିବା ନେଇ ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଥିବା ସମୟ ସୀମାକୁ ନଭେମ୍ବର ୨୪ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।