ଜିରୋ ନାଇଟ୍ ! ଭୁବନେଶ୍ୱରରେ ନୂଆବର୍ଷ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

40

କନକ ବ୍ୟୁରୋ : ମାତ୍ର କେଇ ଘଂଟାର ବ୍ୟବଧାନ । ଏହା ପରେ ବିଦାୟ ନେବ ୨୦୧୬, ଆସିବ ନୂଆବର୍ଷ ୨୦୧୭ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦୁଇ ବର୍ଷର ମଝିକ୍ଷଣକୁ ଜିରୋ ନାଇଟ୍ ଭାବେ ପାଳନ କରିବାକୁ ରାଜଧାନୀ ସମେତ ବିଭିନ୍ନ ସହରର ହୋଟେଲ ମାନଙ୍କରେ ଆୟୋଜନ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଜିରୋ ନାଇଟେ ସେଲିବ୍ରେସନ ପାଇଁ ପୁରୀରେ ହୋଟେଲ ମାନଙ୍କରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କେଉଁଠି ପର୍ଯ୍ୟଟକଙ୍କ ପାଇଁ ଅନଲିମିଟେଡ ଫନର କାର୍ଯ୍ୟକ୍ରମ ତ ଆଉ କେଉଁଟି ବଲିଉଡ୍ ସିଙ୍ଗିଙ୍ଗ ଷ୍ଟାର ନାଇଟ୍ । ତାସହ ବିଦେଶୀ ଖାଦ୍ୟ ଓ ପାନୀୟର ଭରପୁର ମଜା ନେବେ ପର୍ଯ୍ୟଟକ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ହୋଟେଲ କର୍ତୃପକ୍ଷ । ଆରପଟେ ପୁରୀ ସମୁଦ୍ର ବେଳାଭୂମିରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଜିରୋ ନାଇଟ୍, ପୁଣି ଚଳିତବର୍ଷର ଶେଷ ସୂର୍ଯ୍ୟାସ୍ତ ସହ ନୂଆ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ସେମାନେ ଅପେକ୍ଷା କରିଛନ୍ତି ।

ମଧ୍ୟରାତ୍ରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ । ଏଥି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ୪୪ ପ୍ଲାଟୁନ ଫୋର୍ସ ସହର ମଧ୍ୟରେ ହୋଇଛନ୍ତି ମୁତୟନ । ଏବେ ସମସ୍ତଙ୍କ ଅପେକ୍ଷା ନୂଆବର୍ଷକୁ ସ୍ୱାଗତ କରିବାର ସେଇ ମୁହୂର୍ତକୁ ।