ତେଲ କଳାବଜାରିକୁ ନେଇ ନୂଆ ଯୋଜନା ! ଖୁଚୁରା ବଜାରରେ ମିଳିବ ପେଟ୍ରୋଲ୍ ଓ ଡିଜେଲ ।

305

କନକ ବ୍ୟୁରୋ : ଖୁଚୁରା ବଜାରରେ ମିଳିବ ଡ଼ିଜେଲ ଓ ପେଟ୍ରୋଲ । କୋରାପୁଟ ଜିଲ୍ଳାରେ ଖୋଲିବ ଆହୁରି ୯୩ ଟି ନୂଆ ପେଟ୍ରୋଲ ପମ୍ପ । ପମ୍ପ ଖୋଲିବା ପାଇଁ ଅନଲାଇନରେ ଆବେଦନ କରିିବେ ବିକ୍ରେତା । ତେଲ କମ୍ପାନୀ ମାନଙ୍କ ଏଭଳି   ନିତିକୁ   ବିରୋଧ କରିଛନ୍ତି ପୁରୁଣା ପେଟ୍ରୋଲପମ୍ପ ମାଲିକମାନେ । ସେପଟେ ତେଲ ପମ୍ପ  ବଦଳରେ ଗ୍ୟାସ ଡ଼ିପୋ ଖୋଲ ବୋଲି କହିଛନ୍ତି କୋରାପୁଟ ମହିଳା ।

ନୂଆକୁ ବିରୋଧ କରୁଛି ପୁରୁଣା । କଣ ହେବ ନୂଆ ପେଟ୍ରୋଲ ପମ୍ପ ଭାଗ୍ୟ? ବ୍ୟବସାୟ କମିବା ଆଶଙ୍କାରେ ଟାଙ୍କି ମାଲିକ । ଦିନକୁ ଦିନ ବଢ଼ୁଛି ଗାଡ଼ି ସଂଖ୍ୟା । ଏହାକୁ ନଜରରେ ରଖି ଭାରତୀୟ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଓ ଇଣ୍ଡିଆନ ଅଏଲ କମ୍ପାନୀ କୋରାପୁଟ ଜିଲ୍ଳାରେ ୯୩ଟି ନୂଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ପେଟ୍ରୋଲ ପମ୍ପ କରିବା ପାଇଁ ଅନଲାଇନରେ ଆବେଦନ କରିବେ ବ୍ୟବସାୟୀ  ।

ତେଲ କଳାବଜାରି ରୋକିବା ପାଇଁ ପେଟ୍ରୋଲିୟମ୍ କର୍ପୋରେସନ ନୂଆ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆଗେଇ ଆସିଛନ୍ତି । କିନ୍ତୁ ଏହାକୁ ବିରୋଧ କରିଛି ପୁରୁଣା ପେଟ୍ରୋଲ ପମ୍ପ ମାଲିକ ସଂଘ । ଏବେ ଜିଲ୍ଳାରେ ୩୬ଟି ପେଟ୍ରୋଲ ପମ୍ପ ଥିବା ବେଳେ ତେଲର ଦର ନିୟନ୍ତ୍ରଣରେ ରହୁନଥିବାରୁ କ୍ଷତି ସହିବାକୁ ପଡ଼ୁଛି ।

ପେଟ୍ରୋଲରୁ ଜରୁରୀ ଗ୍ୟାସ୍ ଡିପୋ । ତୈଳ କମ୍ପାନୀ ବନାମ ଉଜ୍ଜଳା ହିତାଧିକାରୀ  । ସେପଟେ ଗ୍ରାମାଂଚଳର ଲୋକ ଏହାକୁ ସ୍ୱାଗତ କରିଛନ୍ତି । କହିଛନ୍ତି ଗ୍ରାମାଂଚଳରେ ପେଟ୍ରୋଲ ପମ୍ପ ଖୋଲିଲେ ତେଲ ପାଇଁ ଆଉ ସହରକୁ ଯିବାକୁ ପଡ଼ିବ ନାହିଁ । ତେଲ ଟାଙ୍କି ଖୋଲିବା ପାଇଁ ପେଟ୍ରୋଲିୟମ ବିଭାଗ ଚାହୁଁଥିବା ବେଳେ କୋରାପୁଟର ମହିଳା କହିଛନ୍ତି ତେଲ ଟାଙ୍କି ବଦଳରେ ଗ୍ୟାସ୍ ଡିପୋ କରାଯାଉଛି ।

ସରକାର ଯୋଗାଉଥିବା ଗ୍ୟାସ୍ ସରିଯିବା ପରେ ରିଫିଲିଂ  କରି ହେଉନାହିଁ  । ଗରିବ ଆଦିବାସୀ ମହିଳା କୁଲି କରି ପେଟ ପୋଶୁଥିବା ବେଳେ ସହରକୁ ଯାଇ ଗ୍ୟାସ ଭରି ପାରୁନାହାନ୍ତି । ଫଳରେ ସମସ୍ତଙ୍କ ଘରେ ସରକାରୀ ଯୋଜନାରେ ମିଳିଥିବା ଗ୍ୟାସ ସିଲିଣ୍ଡର ଏବେ ଚୌକି ସାଜିଛି । ତେଲ ପାଇଁ ସରକାର ଯେତିକି ତତ୍ପରତା ଦେଖାଇଛନ୍ତି, ଗ୍ୟାସ ପାଇଁ ସେତିକି କରିବେ ତ ! ନା ଯୋଜନା କରି ସାରିଦେବେ !