କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ପଜିଟିଭ୍ । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ ନୂଆ ଆକ୍ରାନ୍ତ । ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ ।

611

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦ୍ରାପଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୨୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ୬୨୪ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତ ସଂଖ୍ୟା । କେନ୍ଦ୍ରାପଡ଼ାରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ୍ ଫେରନ୍ତା । ତେବେ ସମସ୍ତ ଆକ୍ରାନ୍ତ ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଥିବେ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।

ନୂଆ ଆକ୍ରାନ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନାହାନ୍ତି ।  ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ।  ତେଣୁ ଏଥିପାଇଁ ଭୟଭୀତ ନହେବାପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସକାଳେ ୭୩ ଆଉ ଏବେ ୧୩ । ଗୋଟିଏ ଦିନରେ ଏବେ ସୁଦ୍ଧା ଚିହ୍ନଟ ହୋଇଛନ୍ତି ୮୬ କରୋନା ରୋଗୀ । ଗତକାଲି ଗୋଟିଏ ଦିନରେ ୧୦୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୬ ଜଣ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ଗଂଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକରୁ ୯, ଖୋର୍ଦ୍ଧାରୁ ୩ ଜଣ ଓ ସୁନ୍ଦରଗଡରୁ ୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।