ବଢ଼ିବ କୋଭିଡ଼୍ ବେଡ଼୍ ସଂଖ୍ୟା । ଦିନକୁ ହେବ ୧୫ ହଜାର କରୋନା ଟେଷ୍ଟ । ମନ୍ତ୍ରିସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସୂଚନା

220

କନକ ବ୍ୟୁରୋ : ଦିନକୁ ଏବେ ହେବ ୧୫ ହଜାର କରୋନା ଟେଷ୍ଟ । ଆନ୍ତମନ୍ତ୍ରୀସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ ମନ୍ତ୍ରୀ ନବ ଦାସ । ବେସରକାରୀ ହସ୍ପିଟାଲରେ କୋଭିଡ ପରୀକ୍ଷାକୁ ମଧ୍ୟ ଅନୁମତି ଦିଆଯିବ । ବଲାଙ୍ଗୀରରେ ୧୬ ତାରିଖରେ ଓ କୋରାପୁଟରେ ୨୩ ତାରିଖରେ ଓ ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ କୋଭିଡ ପରୀକ୍ଷା ଆରମ୍ଭ ହେବ । ଏସବୁ କାର୍ଯ୍ୟକାରୀ କରିବା ପାଇଁ ଉପକରଣ ଓଏସଏମସିଏଲ ଜରିଆରେ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

୨୦୧୩ର ଟୋବାକୋ ଆଇନକୁ ଦୃଢ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବାହାରୁ ଆସୁଥିବା ବୃଦ୍ଧା ଓ ପ୍ରସୂତୀଙ୍କ କୋଭିଡ ରିପୋର୍ଟ ପଜିଟିଭଆସିଲେ ତାଙ୍କୁ ତୁରନ୍ତ ଘରୋଇ ସଂଘରୋଧରେ ରହିବା ପାଇଁ ଘରକୁ ପଠାଯିବ । ଯେତେବେଳେ ଆବଶ୍ୟକ ପଡିବ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବ । ସ୍ୱଚ୍ଚତା ନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯିବ । ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲରେ ୪ ହଜାର ବେଡ ସଂଖ୍ୟା ବଢିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।