ରେଳ ମାନଚିତ୍ରରେ ଯୋଡି ହେଲା ନୟାଗଡ ! ଭିଡିଓ କନଫରେନସିଂରେ ନୂଆ ଷ୍ଟେସନର ଉଦଘାଟନ କଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ

18

କନକ ବ୍ୟୁରୋ : ରେଳ ମାନଚିତ୍ରରେ ସଂଯୋଗ ହେଲା ନୟାଗଡ । ଏଣିକି ନୟାଗଡକୁ ଗଡିବ ଟ୍ରେନ୍ । ନୂଆ ଷ୍ଟେସନକୁ ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ଲାଇନ୍ ପ୍ରକଳ୍ପର ବୋଲଗଡ ରୋଡ୍ ଠାରୁ ନୟାଗଡ ଟାଉନ୍ ମଧ୍ୟରେ ନବନିର୍ମିତ ନୂତନ ଲାଇନ୍ ସେକ୍ସନକୁ ସମର୍ପଣ କରାଯାଇଛି । ନୟାଗଡ ଟାଉନ୍ ଷ୍ଟେସନ୍ ଓ ଭବନ ଓ ବୋଲଗଡ ଟାଉନଠାରେ ପାସେଞ୍ଜର ହଲ୍ଟ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରସନ୍ନ ପାଟସାଣୀଙ୍କ ଉପସ୍ଥିତିରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓ କନଫରେନ୍ସସିଂ ଜରିଆରେ ରେଳଭବନ ନୂଆଦିଲ୍ଲୀରୁ ଏହି ନୂତନ ରେଳପଥର ଉଦଘାଟନ କରିଛନ୍ତି । ଏହାକୁ ନେଇ ଅଂଚଳବାସୀଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।