ଥମିବାରେ ନାଁ ନେଉନି ମାଓବାଦୀଙ୍କ ତାଣ୍ଡବ । ମାଲକାନଗିରିରେ ପୁଣି ବସ ଓ ଟ୍ରକ ଜାଳିଦେଲେ ଲାଲବାହିନୀ

98

କନକ ବ୍ୟୁରୋ: ଥମିବାରେ ନାଁ ନେଉନି ମାଓବାଦୀଙ୍କ ତାଣ୍ଡବ । ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ମାନଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଧ୍ର ଓଡିଶା ସୀମାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକକୁ ପୋଡି ଦେଇଛନ୍ତି ମାଓବାଦୀ । ସୀମାରେ ପୂର୍ବ ଗୋଦାବରୀ ଜିଲ୍ଲା ସାରିଭେଲା ଠାରେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି । ବସଟି ଆନ୍ଧ୍ରର ସରକାରୀ ବସ୍ ଥିବା ଜଣାପଡିଛି ।

ଗତ ଦୁଇ ପୂର୍ବେ ମାଲକାନଗିରି ଜିଲ୍ଳା ମାଥିଲି ଥାନା ଅନ୍ତର୍ଗତ ସାଲିନୀ ଠାରେ ମାଓବାଦୀ ମାନେ ଏକ ଯାତ୍ରାବାହୀ ବସ୍ କୁ ପୋଡି ଦେଇଥିଲେ । ବସଟି ଷ୍ଟାଣ୍ଡରେ ଥିବାବେଳେ ପୋଡି ବସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏପଟେ ଜାନୁଆରୀ ୨୫ ରୁ ୩୧ ଯାଏଁ ପ୍ରତିବାଦ ସଭା ପାଳନ କରୁଛନ୍ତି ମାଓବାଦୀ ।

ସୂଚନାଯୋଗ୍ୟ ଯେ ସରକାର ଓ ପୁଲିସ ବିରୋଧରେ ନକ୍ସଲମାନେ ପ୍ରତି ଗାଁରେ ପ୍ରଜାମେଳି କରି ଯୁବକଯୁବତୀଙ୍କୁ ନ୍‌କ୍ସଲ ସଙ୍ଗଠନ ସହିତ ଜଡିତ ହବାକୁ ଆହ୍ଵାନ ଦେଉଛନ୍ତି। ଗତ ୨୫ ତାରିଖରୁ ଏହି କାର୍ଯ୍ୟ ଚାଲିଛି। ବିଶେଷ କରି କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲମାନେ ବିରୋଧ କରୁଛନ୍ତି। ଏପରିକି ଚଳିତମାସ ୨୫ରୁ ୩୧ ତାରିଖ ଯାଏ ନକ୍ସଲମାନେ ଭାରତ ବନ୍ଦ କରୁଥିବା ଯୋଗୁଁ ସରକାରୀ ବସ ଚଳାଚଳ ବନ୍ଦ ଥିବା ବେଳେ ଘରୋଇ ବସ ଚଳାଚଳ କରୁଛି। ଏହାକୁ ନକ୍ସଲମାନେ ବିରୋଧ କରୁଛନ୍ତି।