ମାଲକାନଗିରି ସୀମାନ୍ତ ସୁକମାରେ ବଡ଼ ମାଓ ହମଲା ! କମ୍ବି କରୁଥିବା ବେଳେ ଲାଲ ଫାଶରେ ଯବାନ, ୧୧ ସହିଦ

34

କନକ ବ୍ୟୁରୋ : ମାଲକାନଗିରି ସୀମାରେ ରକ୍ତର ହୋଲି ଖେଳିଛି ଲାଲାବାହିନୀ । ଛତିଶଗଡ ବସ୍ତର ଅଂଚଳ ପାହାଡ ଉପରୁ ସିଆରପିଏଫ ଯବାନଙ୍କ ଉପରେ ଗୁଳିମାଡ କରିଛନ୍ତି ମାଓବାଦୀ । ଏଥିରେ ୧୨ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ଯବାନଙ୍କ ଅସ୍ତ୍ରଶସ୍ତ୍ର ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ । ସିଆରପିଏଫ ୨୧୯ବାଟାଲିୟନର ରୋଡ ଓପନିଂ ପାର୍ଟି ଭେଜି ଅଂଚଳର ଦୁର୍ଗମ ରାସ୍ତା ଦେଇ ଯାଉଥିବାବେଳେ ସେଠାରେ ପୂର୍ବରୁ ଲୁଚିରହିଥିବା ମାଓବାଦୀ ଆକ୍ରମଣ କରିଛନ୍ତି ।

ରାସ୍ତା ନିର୍ମାଣ କାମ ଚାଲିଥିବା ସ୍ଥାନକୁ ଯାଉଥିବାବେଳେ ଏହି ଅଘଟଣ ଘଟିିଛି । ପ୍ରାୟ ୩ଶହ ସଶସ୍ତ୍ର ମାଓବାଦୀ ସ୍ଥାନୀୟ ଅଂଚଳରେ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି । ତେବେ ମାଓବାଦୀଙ୍କ ଆକ୍ରମଣ ପରେ ଏହାର କଡା ମୁକାବିଲା କରିଥିଲେ ସିଆରପିଏଫ ଯବାନ । ପ୍ରାୟ ଦେଢ ଘଂଟା ଧରି ହୋଇଥିବା ମୁକାବିଲାରେ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଯବାନଙ୍କ ଉପରେ ଭାରି ପଡିଛି ଲାଲବାହିନୀ ।

ଘଟଣାସ୍ଥଳରେ ୯ଯବାନ ସହିଦ ହୋଇଥିବା ବେଳେ ପରେ ୩ଜଣ ଯବାନ ସହିଦ ହୋଇଛନ୍ତି । ୪ଜଣ ଯବାନ ଗୁରୁତର ଥିବା ବେଳେ ୪ ଯବାନ ଆହତ ହୋଇଛନ୍ତି । ବସ୍ତର ଅଂଚଳରେ ରାସ୍ତା ନିର୍ମାଣ କାମକୁ ବିରୋଧ କରିଆସୁଛି ଲାଲବାହିନୀ । ନିର୍ମାଣକାରୀ ସଂସ୍ଥା ଓ ଶ୍ରମିକଙ୍କୁ ସେଠାରେ କାମ କରିବାକୁ ଦେଉନାହାନ୍ତି ମାଓବାଦୀ । ଫଳରେ ସୁକମା, ଦନ୍ତେୱାଡା, ବିଜାପୁର ଓ କାଙ୍କେରର ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ କାମ ପୁଲିସ ଓ ସିଆରପିଏଫ ହାତକୁ ନେଇଛି ।