ଆଜି ଧାମରା ଗ୍ୟାସ ପାଇପଲାଇନ ପ୍ରକଳ୍ପ ଭୂମିପୂଜା ! ଯୋଗଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

47

କନକ ବ୍ୟୁରୋ: ଏକାଠି ବସିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମରା ଗ୍ୟାସ ପାଇପଲାଇନ ପ୍ରକଳ୍ପ ଭୂମିପୂଜା କାର୍ଯ୍ୟକ୍ରମରେ ସଭାମଂଚ ସେୟାର କରିବେନି ଏହି ଦୁଇ ନେତା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଧାମରା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନାହିଁ ବୋଲି କୁହାଯାଇଛି । ଧାମରାରେ ଏଲଏନଜି ଟର୍ମିନାଲ୍ ଭୂମିପୂଜାରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୬ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ଧାମରାରେ ହେବ ଏଲଏନଜି ଟର୍ମିନାଲ୍ । ଆଜି ଏହାର ଶିଳାନ୍ୟାସ ହେବ ।