ମିଶନ୍ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ବିନା ସୁଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ୩ ଲକ୍ଷ ପର୍ଯ୍ୟନ୍ତ ଋଣ

365

କନକ ବ୍ୟୁରୋ : ପୁରୀରେ ମିଶନ୍ ଶକ୍ତି ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମୋଧିତ କରିଛନ୍ତି  । ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ସ୍ୱୟଂ ସୟାହକ ସଭ୍ୟ ଉପସ୍ତିତ ଥିଲେ । ମିଶନ୍ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣଙ୍କ ଖୁସିରେ ମୋ ଖୁସି । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ଏସଏଚଜି ଗ୍ରୁପକୁ ବିନା ସୁଧରେ ଋଣ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବ । ଏହାଦ୍ୱାରା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ ।

ଏହାବ୍ୟତୀତ ପ୍ରତି ନୂଆ ଏସଏଚଜି ଗ୍ରୁପକୁ ୧୫ ହଜାର ଲେଖାଏଁ ସିଡ଼ମନି ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି । ବ୍ଲକ ସ୍ତରୀୟ ମିଶନ ଶକ୍ତି ମହାସଂଘ ପାଇଁ ୨୫ ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯିବ । ଏଥିରେ ୩୩୮ ଟି ମିଶନ ଶକ୍ତି ମହାସଂଘ ଉପକୃତ ହୋଇପାରିବେ । ୩୦ ଲକ୍ଷ ନୂଆ ସଦସ୍ୟଙ୍କୁ ମୋଟ୍ ୪୦୦ କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି । ୬ ଲକ୍ଷ ଏସଏଚଜି ସ୍ମାର୍ଟଫୋନ ପାଇଁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଚଏଚଜି ଗ୍ରୁପକୁ ମୋଟ୍ ୭୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଅଙ୍ଗନୱାଡ଼ି କର୍ମୀ ଓ ହେଲପରଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ।  ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି ।