ରାଜ୍ୟରେ ରୁପେ କିଷାନ କାର୍ଡ ବିତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ !

35

କନକ ବ୍ୟୁରୋ : ରାଜ୍ୟରେ ରୁପେ କିଷାନ କାର୍ଡ ବିତରଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଥମିକ କୃଷିଋଣ ସମବାୟ ସମିତି ମାନଙ୍କର କଂପ୍ୟୁଟରୀକରଣର ମଧ୍ୟ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଜୟଦେବଭବନରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ରୁପେ କିଷାନ କାର୍ଡ ବଂଟନ କରିଥିଲେ ।

ସମବାୟ ସମିତି ମାନଙ୍କର କମ୍ପ୍ୟୁଟରୀକରଣ ଦ୍ୱାରା ଚାଷୀମାନେ ନ୍ୟାସନାଲ୍ ପେମେଂଟ କର୍ପୋରେସନ୍ ଅଫ ଇଣ୍ଡିଆ ଅଧିନରେ ସମଗ୍ର ଦେଶରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରି ସେମାନଙ୍କୁ ମଞ୍ଜୁର କରାଯାଇଥିବା ଋଣ ଉଠାଇ ପାରିବେ । ଚାଷୀମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାଥମିକ କୃଷି ଋଣ ସମବାୟ ସମିତିଗୁଡିକ କିପରି କାର୍ଯ୍ୟ କରିବେ ସେନେଇ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।