ଜିଏସଟି ଦ୍ୱାରା ସଫଳ ହେବ ‘ମେକ୍ ଇନ ଇଣ୍ଡିଆ’ : ନୀତି ଆୟୋଗ ସିଇଓ ଅମିତାବ କାନ୍ତ

32

କନକ ବ୍ୟୁରୋ: ଜିଏସଟି ଦ୍ୱାରା ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ ହେବ ବୋଲି ନୀତି ଆୟୋଗ ସିଇଓ ଅମିତାବ କାନ୍ତ କହିଛନ୍ତି । ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଯେଉଁ ଟିକସ ଦିଆଯାଉଥିଲା, ତାହା ଏବେ ଗୋଟାଏ ହୋଇଯାଇଛି । ଯାହା ଦ୍ୱାରା ବାଣିଜ୍ୟ ସୁବିଧା ହୋଇ ପାରିବ ।

ଏହାକୁ ଗେମ୍ ଚେଂଜର କହି ମୁଦ୍ରାସ୍ଫିତି ହାର ହ୍ରାସ ପାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଜିଏସଟି ଦ୍ୱାରା ରାଜସ୍ୱ ବୃଦ୍ଧି ପାଇ ଏକ ସ୍ଥାୟୀ ଅର୍ଥନୈତିକ ବ୍ୟବସ୍ଥା ଆସିବ । ଯାହାର ସମ୍ବଳ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି କ୍ଷେତ୍ରର ଉନ୍ନତି ପାଇଁ ନିବେଶ କରି ହେବ ବୋଲି ସେ କହିଛନ୍ତି ।