ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଲା ଜାତୀୟ ତୋଷାଳି କ୍ରାପ୍ଟ ମେଳା

23

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଜାତୀୟ ତୋଷାଳି କ୍ରାପ୍ଟ ମେଳା । ହସ୍ତତନ୍ତ, ବୟନଶିଳ୍ପ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଏହି ମେଳା ଆୟୋଜିତ ହୋଇଛି । ଚଳିତବର୍ଷ ୨୫ ଟି ରାଜ୍ୟରୁ ବୁଣାକାର ଓ କାରିଗର ସେମାନଙ୍କ ଷ୍ଟଲ୍ ଖୋଲିବେ । ପାଖାପାଖି ୩ଶହ ୫୦ ଟି ଷ୍ଟଲ୍ ଖୋଲିବ । ମେଳାରୁ  ଗତବର୍ଷ ୧୫ କୋଟି ଟଙ୍କାର ବେପାର ହୋଇଥିଲା । ଏଥର ତାଠୁ ଅଧିକ ହେବାର ସମ୍ଭାବନା ରହିଛି । ମେଳା ମଧ୍ୟରେ ୩୦ ଟି ଫୁଡ୍ ଷ୍ଟଲ୍ ମଧ୍ୟ ଖୋଲାଯାଇଛି । ଏଥିସହ ଗ୍ରାହକଙ୍କ ସୁବିଧା ପାଇଁ କିଛି ଏଟିଏମ୍ ମଧ୍ୟ ରହିଛି । ଆସନ୍ତା ୨୭ ତାରିଖ ଯାଏଁ ଚାଲିବ ତୋଷାଳି କ୍ରାପ୍ଟ ମେଳା ।

ଦେଖନ୍ତୁ ଏହି ଭିଡିଓ :