ପଂଜାବରେ ଯବାନଙ୍କ ସହ ପାଳିବେ ଦୀପାବଳୀ ନରେନ୍ଦ୍ର ମୋଦି : ପଂଜାବ ବର୍ଡରରେ ଯବାନଙ୍କୁ ଦେବେ ଉଦବୋଧନ

ପଂଜାବରେ ଯବାନଙ୍କ ସହ ନରେନ୍ଦ୍ର ମୋଦି ପାଳିବେ ଦୀପାବଳୀ

59

କନକ ବ୍ୟୁରୋ : ପଂଜାବ ବର୍ଡରରେ ଯବାନଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ହଜାର ଫୁଟ ଉଚ୍ଚରେ ଥିବା ସେନା ବେସରେ ଯବାନଙ୍କ ସହ ମୋଦି ଏହି ଆଲୋକର ପର୍ବକୁ ପାଳନ କରିଛନ୍ତି । ଭାରତ ଚୀନ ସୀମା ନିକଟବର୍ତ୍ତୀ ହର୍ଷିଲରେ ନିୟୋଜିତ ଥିବା ସେନାଙ୍କୁ ମିଠା ଖୁଆଇ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ମୋଦିଙ୍କ ସହ ସେନା ମୁଖ୍ୟ ବିପିନ ରାୱତ ଓ ଆଇଟିବିପି ଡିଜି ଏସଏସ ଦେଶବାଲ ମଧ୍ୟ ସାମିଲ ହୋଇଥିଲେ । ମୋଦି ଉଭୟ ସେନା ମୁଖ୍ୟ ଓ ଆଇଟିବିପି ଡିଜିଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତରାଖଣ୍ଡରେ ପହଂଚିବା ପରେ ଭାରତ ଚୀନ ସୀମାକୁ ଯାଇଥିଲେ । ସେଠାରେ ହର୍ଷିଲ ସୀମାରେ ନିୟୋଜିତ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ମୋଦି । ୧୧ଫୁଟ ଉଚ୍ଚରେ ନିୟୋଜିତ ଯବାନଙ୍କ ସହ ଦୀପାବଳି ମନାଇ ସେ ତାଙ୍କ ମନୋବଳ ବଢାଇଛନ୍ତି । ଯବାନଙ୍କୁ ଭେଟିବା ପରେ ମୋଦି କେଦାରନାଥ ମନ୍ଦିର ଯାଇଛନ୍ତି । ୨୦୧୪ରୁ ମୋଦି ଲଗାତର ଭାବେ ପ୍ରତିବର୍ଷ ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି । ଏହାପରେ ପଂଜାବକୁ ଯାଇ ସେଠାକାର ଯବାନଙ୍କ ସହ ପାଳିବେ ଦୀପାବଳୀ ।