ନନ୍ଦନକାନନରେ ସବୁଠାରୁ ବୟସ୍କ ବାଘୁଣୀର ମୃତ୍ୟୁ : ୨୧ ବର୍ଷରେ ଆଖି ବୁଜିଲା ସୁଷମା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନନ୍ଦନକାନନରେ ସବୁଠୁ ବୟସ୍କ ବାଘୁଣୀ ସୁଷମାର ମୃତ୍ୟୁ ହୋଇଛି । ୨୧ ବର୍ଷରେ ଆଖିବୁଜିଲା ମହାବଳ ବାଘ ସୁଷମା । ୩ ବର୍ଷ ଧରି ଅସୁସ୍ଥ ଥିବାରୁ ନନ୍ଦନକାନନରେ ତାର ଚିକିତ୍ସା ଚାଲିଥିଲା । ୧୯୯୫ ମସିହା ଡିସେମ୍ବର ୨୯ରେ ସାଧାରଣ ରଙ୍ଗର ବାଘ ଦେବାଶିଷ ଓ ଧଳା ବାଘୁଣୀ ଯମୁନା ଓøରସରୁ ଜନ୍ମ ହୋଇଥିଲା ସୁଷମା । ସକାଳ ୮ଟା ୨୦ରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଷମାର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ୨୧ଟି ବାଘ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫ଟି ସାଧାରଣ ରଙ୍ଗର ମହାବଳ ବାଘ ଓ ୬ଟି ଧଳା ବାଘ ।