ଚାଲିଗଲା ନଗଡା ଝିଅ : ଆଖିବୁଜିଲା ଶିଶୁ ଅପପୁଷ୍ଟିକୁ ସାମନାକୁ ଆଣିଥିବା କୁନି ଝିଅ ମାନସୀ

34

କନକ ବ୍ୟୁରୋ : ହାରିଗଲା ନଗଡାର ମାନସୀ । ଗତବର୍ଷ ଅପପୁଷ୍ଟି ପାଇଁ ଚର୍ଚ୍ଚାରେ ରହିଥିବା ଯାଜପୁର ଜିଲ୍ଲାର ନଗଡା ଅଂଚଳର ଚର୍ଚ୍ଚିତ ଝିଅ ମାନସୀ ଆଜି ଆଖି ବୁଜିଛି । ଦୁଇ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ମୃତ୍ୟୁ ହୋଇଛି । ମାନସୀ ନଗଡା ଅପପୁଷ୍ଟିର ବ୍ରାଣ୍ଡ ଫେସ୍ ଥିଲା । ମାନସୀର ଫଟୋ ଚାରିଆଡେ ଚର୍ଚ୍ଚାରେ ରହିଥିଲା ।

ନଗଡାର ଅପପୁଷ୍ଟିକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବଡ ବଡ ନେତା ଓ ବାବୁ ମାନଙ୍କର ସେଠିକୁ ଧାଡି ଛୁଟିଥିଲା । ନଗଡାର ବିକାଶ ପାଇଁ ଅନେକ ଯୋଜନା ପ୍ରଶାସନ ହାତକୁ ନେଇଥିଲା । ଉନ୍ନତି ପାଇଁ  ବାରମ୍ବାର ବୈଠକ କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହେଲେ ଏହି ସବୁ ଯୋଜନା ଆଜି ନଗଡାର ଝିଅ ମାନସୀଙ୍କୁ ବଂଚାଇବାରେ ଫେଲ ମାରିଛି ।