କେନ୍ଦ୍ର ଓ ରାଜ୍ୟ ପାଇଁ ଏକକ ନଦୀବନ୍ଧ ସୁରକ୍ଷା ପଦ୍ଧତି ! ଜାଣନ୍ତୁ  ନଦୀବନ୍ଧ ସୁରକ୍ଷା ବିଲର କାର୍ଯ୍ୟକାରିତା ଏବଂ ପ୍ରଭାବ । 

44

୨୦୧୮ ସଂସଦରେ ଉପସ୍ଥାପନ ହେବ ନଦୀବନ୍ଧ ସୁରକ୍ଷା ବିଲ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ସୁରକ୍ଷା ବିଲକୁ  ଉପସ୍ଥାପନ କରିବା ପାଇଁ ମଞ୍ଜୁରୀ ମିଳିଛି । ଏହି ବିଲ୍ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶକୁ ଏକକ ନଦୀବନ୍ଧ ସୁରକ୍ଷା ସୁରକ୍ଷା ପଦ୍ଧତି ଆପଣାଇବାରେ ସହାୟକ ହେବ । ଯାହାଦ୍ୱାରା ନଦୀବନ୍ଧର ସୁରକ୍ଷା ଏକ ପ୍ରକାର ସୁନିଶ୍ଚିନ୍ତ ହୋଇ ପାରିବ । ଏହାସହ ମାନବ ଜୀବନ, ପଶୁଧନ ଏବଂ ସମ୍ପତିର ସୁରକ୍ଷାରେ ସହାୟତା ମିଳିବ ବୋଲି । ଦେଶର ପ୍ରତିଷ୍ଠିତ ବିଶେଷଜ୍ଞ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ଆଲୋଚନା ପରେ ଏହି ବିଲ୍ କୁ ଚୂଡାନ୍ତ ରୂପ ଦିଆଯିବ ।

କେଉଁ ବିଷୟକୁ ଗୁରୁତ୍ୱ ?

୧. ବିଲ୍ରେ ଦେଶରେ କେତେକ ନିର୍ଦ୍ଦିଷ୍ଟ ନଦୀବନ୍ଧର ଉଚିତ ଅନୁଧ୍ୟାନ ସହ ନିରୀକ୍ଷଣ, ପରିଚାଳନା ଓ ରକ୍ଷଣାବେକ୍ଷଣର ବ୍ୟବସ୍ଥା ରହିଛି । ଯାହାଦ୍ୱାରା ବିଭିନ୍ନ ନଦୀବନ୍ଧ କିଭଳି  ସୁରକ୍ଷିତ ରହିବ, ସେନେଇ ପଦକ୍ଷେପ ନିଆଯିବ ।

୨. ନଦୀବନ୍ଧ ସୁରକ୍ଷା ଉପରେ ଜାତୀୟ ସମିତି ଗଠନ କରିବାର ବ୍ୟବସ୍ଥା ବିଲ୍ ରେ ରହିଛି । ଏହି ସମିତି ନଦୀବନ୍ଧ ସୁରକ୍ଷା ନୀତିକୁ ବିକଶିତ କରିବା ସହ ଆବଶ୍ୟକ ନିୟମ ପ୍ରଣୟନ ପାଇଁ ସୁପାରିସ କରିବାର କ୍ଷମତା ସମିତିକୁ ମିଳିବ ।

୩. ନିୟମାଙ୍କ ସଂସ୍ଥା ରୂପରେ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ଗଠନ କରାଯିବାର ପ୍ରସ୍ତାବ ରହିଛି । ଏହି ପ୍ରାଧିକରଣ ନୀତି, ନୀତି-ନିର୍ଦ୍ଦେଶ ଏବଂ ଦେଶରେ ନଦୀବନ୍ଧ ସୁରକ୍ଷା ଲାଗି ମାନଦଣ୍ଡଗୁଡିକୁ ଲାଗୁ କରିବ ।

୪. ବିଲ୍ରେ ରାଜ୍ୟ ସରକାରଙ୍କ ଦ୍ୱାରା ନଦୀବନ୍ଧ ସୁରକ୍ଷା  ଉପରେ ରାଜ୍ୟ ସମିତି ଗଠନ କରିବାର ବ୍ୟବସ୍ଥା ରହିଛି ।

ନଦୀବନ୍ଧ ସୁରକ୍ଷା ଉପରେ ରାଜ୍ୟ ସମିତିର କାର୍ଯ୍ୟକାରିତା:

ଏହି ସମିତି ରାଜ୍ୟରେ ନିର୍ଦ୍ଦାରିତ ସମସ୍ତ ନଦୀବନ୍ଧର ଉଚିତ ଅନୁଧ୍ୟାନ, ନିରୀକ୍ଷଣ, ପରିଚାଳନା ଏବଂ ରକ୍ଷଣାବକ୍ଷେଣ ଦାୟିତ୍ୱ ନିର୍ବାହ କରିବ । ପ୍ରତ୍ୟେକ ରାଜ୍ୟରେ ନଦୀବନ୍ଧ ସୁରକ୍ଷା ସଂଗଠନ ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି ନା ନାହିଁ ତାହା ମଧ୍ୟ ଏହି ସମିତି ଜଣାଇବ । ଏହି ସଂଗଠନ କ୍ଷେତ୍ର-ନଦୀବନ୍ଧ ସୁରକ୍ଷାର ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେବ । ଏବଂ ଅଧିକାରୀମାନଙ୍କ ମଧ୍ୟରେ ପ୍ରାଥମିକ ଭାବେ ନଦୀବନ୍ଧ ଡିଜାଇନ, ହାଇଡ୍ରୋ ମେକାନିକାଲ ଇଂଜିନିୟରିଂ, ହାଇଡ୍ରୋଲୋଜି, ଭୂ-ବୈଷୟିକ ଯାଂଚ କରିବା ସହ ନଦୀବନ୍ଧ ଥଇଥାନ କ୍ଷେତ୍ରରେ ଅଧିକାରମାନେ ଦାୟିତ୍ୱ ନିର୍ବାହ କରିବେ ।

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ:

ପ୍ରାଧୀକରଣ ନିୟମିତ ନିରୀକ୍ଷଣ ଲାଗି ଓ ନଦୀବନ୍ଧର ବିସ୍ତୃତ ଯାଞ୍ଚ ଲାଗି ମାନଦଣ୍ଡ ନୀତି ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ସୂଚୀକୁ ପ୍ରକାଶିତ କରିବ । ପ୍ରାଧିକରଣ ସମସ୍ତ ସଂଗଠନର ମାନ୍ୟତା କିମ୍ବା ପ୍ରତ୍ୟୟନର ରେକର୍ଡ ରଖାଯିବ । ଯାହାର ଯାଞ୍ଚ ନୂଆ ନଦୀବନ୍ଧର ଡିଜାଇନ ଏବଂ ନିର୍ମାଣର କାର୍ଯ୍ୟ ତ୍ୱରାନିତ କରାଯାଇପାରିବ । ପ୍ରାଧିକରଣ ଦୁଇଟି ରାଜ୍ୟର ନଦୀବନ୍ଧ ସୁରକ୍ଷା ସଂଗଠନଗୁଡିକ ମଧ୍ୟରେ କିମ୍ବା କୌଣସି ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ଏବଂ ସେହିରାଜ୍ୟର ନଦୀବନ୍ଧର ମାଲିକମାନଙ୍କ ମଧ୍ୟରେ ବିବାଦର ଉଚିତ ସମାଧାନ କରିବ । ଯଦି କୌଣସି ମାମଲାରେ ଯଦି ଗୋଟିଏ ରାଜ୍ୟର ନଦୀବନ୍ଧ ଅନ୍ୟରାଜ୍ୟର ନଦୀବନ୍ଧର ଭୂ-ଭାଗରେ ଆସୁଛି ତା’ହେଲେ ଜାତୀୟ ପ୍ରାଧିକରଣ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନର ଭୂମିକାକୁ ତୁଲାଇବ, ଏହାଦ୍ୱାରା ଆନ୍ତଃରାଜ୍ୟ ବିବାଦର ସମ୍ଭାବ୍ୟ କାରଣକୁ ଦୂର କରିବାରେ ସହାୟକ ହେବ ବୋଲି ଏହି ବିଲରେ ପ୍ରସ୍ତାବ ରହିଛି ।