ପଂଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

21

କନକ ବ୍ୟୁରୋ : ପ୍ରଚାର କରିବେ ନବୀନ । ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ଏବଂ ନିଜ ନିର୍ବାଚନ ମଣ୍ଡଳି ହିଂଜିଳିରେ ମାରାଥନ ପ୍ରଚାର କରିବେ । ବର୍ତ୍ତମାନ ସୁଦ୍ଧା ନବୀନ ପ୍ରଚାର କରିନଥିବାରୁ ରାଜନୈତିକ ମହଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା ।