ନବରଙ୍ଗପୁରର ୩୦ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

27

ନବରଙ୍ଗପୁର : ମାଟ୍ରିକ ରେଜଲ୍ଟ ବାହାରିଲା । ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପାସ ମଧ୍ୟ କଲେ । ଶୀଘ୍ର ରେଜଲ୍ଟ ବାହାର କରି ବାହାବାହା ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ । କିନ୍ତୁ ଛାତ୍ରଛାତ୍ରୀଙ୍କ ମାର୍କସିଟ ଓ ସାର୍ଟିଫିକେଟରେ ଜନ୍ମ ତାରିଖରେ ତ୍ରୁଟି ଦେଖିବାକୁ ମିଳିଛି । ନବରଙ୍ଗପୁର ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ୩୦ ଜଣ ମାଟ୍ରିକ ପିଲାଙ୍କ ମାର୍କସିଟ ଓ ସାର୍ଟିଫିକେଟରେ ଏଭଳି ତ୍ରୁଟି ରହିଛି । ଜନ୍ମ ତାରିଖ ସ୍ଥାନରେ ମାସ ଓ ମାସ ସ୍ଥାନରେ ଜନ୍ମ ତାରିଖ ଲେଖାଯାଇଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଚଏସସି କର୍ତୃପକ୍ଷଙ୍କୁ ଜଣାଇଛନ୍ତି । ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଛନ୍ତି ।