ଗଇଲୋ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତିଯଜ୍ଞ

22

ଦେବଗଡ : ଗଇଲୋ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭ ଜଣ କଳାକାରଙ୍କ ଆତ୍ମାର ସଦଗତି ପାଇଁ ଶାନ୍ତି ଯଜ୍ଞ ହୋଇଛି । ଦୁର୍ଘଟଣାସ୍ଥଳ ନିକଟରେ ଥିବା ଋଷିମଠ ଠାରେ ଏହି ଯଜ୍ଞ ହୋଇଛି । ଏହି ଅବସରରେ ହୋମଯଜ୍ଞ , ଗୀତା ପାଠ ସହ ନାମ ସଂକିର୍ତନ କରାଯାଇଛି । ଦେବଗଡର ଆମ କ୍ଲବ ପକ୍ଷରୁ କୈଳାସ ଗ୍ରାମବସୀଙ୍କ ସହଯୋଗରେ ଏହି ଯଜ୍ଞର ଆୟୋଜନ ହୋଇଥିଲା ।ଏଥିରେ ସାମିଲ ହୋଇଥିଲେ ପାଖାପାଖି ୨୦୦ ମହିଳା ଓ ପୁରୁଷ । ଆଜି ବି ସେହି ଦୁର୍ଘଟଣାକୁ କେହି ଭୂଲିପାରୁନାହାନ୍ତି । ଯାତ୍ରା ସାରି ବସ୍ ଯୋଗେ ଫେରୁଥିବାବେଳେ ଘାଟି ତଳକୁ ଖସି ପଡିଥିଲା ବସ୍ । ଜଣେ କି ଦୁଇଜଣ ନୁହେଁ ଏକାଥରେ ୨୭ଜଣ ଯାତ୍ରା କଳାକାରଙ୍କ ଜୀବନ ଦୀପ ଲିଭିଯାଇଥିଲା । ମୁହଁରେ ରଂଗ ବୋଳି ଲୋକଙ୍କୁ ମନରୋଜଂନ କରୁଥିବା ଏହି କଳାକାରମାନେ ଗଇଲୋ ଘାଟିରେ ସବୁଦିନ ଚାଲିଯାଇଥିଲେ ଆରପାରିକୁ । ସେହି କଳାକାରମାନଙ୍କ ଉଦେଶ୍ୟରେ ଏହି ବିରାଟ ଶାନ୍ତି ଯଜ୍ଞର ଆୟୋଜନ ହୋଇଛି ।