ରାଜା ବି ମାଗିଲେ ହିସାବ

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସରକାର କହୁଛନ୍ତି ନବକଳେବର ସବୁଠୁ ବଡ ସଫଳତା । ହେଲେ ପିଛା ଛାଡୁନି ବିବାଦ । ବର୍ଷକ ପରେ ପୁଣି ଉଠିଛି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ରଥଯାତ୍ରା ନେଇ ଦ୍ୱିତୀୟ ସମନ୍ୱୟ କମିଟି ବୈଠକରେ ହୋହାଲ୍ଲା କରିଛନ୍ତି ସେବାୟତ । ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ସହ ପାଉଣା ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ରଥଯାତ୍ରାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ସେବାୟତଙ୍କ ଦାବିକୁ ସମର୍ଥନ କରିଛନ୍ତି ଗଜପତି ମହାରାଜ ।