ଲିଭୁନି ରହସ୍ୟମୟ ନିଆଁ

41

ଅସ୍ତରଙ୍ଗ :ଘରେ ଅଚାନକ୍ ଲାଗୁଛି ନିଆଁ । ଥରେ କି ଦୁଇ ଥର ନୁହେଁ । ଦେଢ଼ ମାସ ମଧ୍ୟରେ ଲାଗିଲାଣି ୨ଶହ ଥର ନିଆଁ । କିଏ ଲଗାଉଛି, କେମିତି ଲାଗୁଛି । ତାର ଉତର ମିଳିପାରୁନାହିଁ । ଅସ୍ତରଙ୍ଗ ଗଙ୍ଗପୁର ଗାଁର ରସହ୍ୟମୟ ନିଆଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ସକାଳ ୬ଟାରୁ ସନ୍ଧ୍ୟା ସାଢ଼େ ୬ଟା ଲାଗୁଛି ନିଆଁ । ଦେଢ଼ ମାସ ହୋଇଗଲାଣି ପ୍ରତିଦିନ ୪ରୁ ୬ ଏଭଳି ନିଆଁ ଲାଗୁଛି । ରାତିରେ ଅଗ୍ନିକାଣ୍ଡ ହେଉନଥିବାରୁ କିଛଟା ଆଶ୍ୱସ୍ତ କରିଛି ସାହୁ ପରିବାରକୁ । ତେବେ ଏହାରି ଭିତରେ ପ୍ରାୟ ୨ଶହ ଥର ନିଆଁ ଲାଗିଲାଣି ।ଦେଢ ମାସ ହେଲା ସାହୁ ପରିବାରର ନିଦ ହଜିଯାଇଛି । ଘରେ ଖିଆପିଆର ଠିକ୍ ଠିକଣା ନାହିଁ । ଚାଷବାସ ମଧ୍ୟ ଠପ୍ ପଡିଛି । ଘରେ ଜଗି ରହିଛନ୍ତି ଗ୍ରାମବାସୀ ଓ ବନ୍ଧୁବାନ୍ଧବ ।

ବାରମ୍ବାର ନିଆଁ ଲାଗିବା ପରେ ଗତ ମାସରେ ଜଣେ ଅଲେଖ ବାବାଙ୍କୁ ଡାକି ପୂଜାପାଠ କରାଇଥିଲେ । ମନ୍ତ୍ରତନ୍ତ୍ର ପରେ ଘରର ଜଣେ ମହିଳାଙ୍କୁ ଅଗ୍ନିକାଣ୍ଡର କାରଣ ଦର୍ଶାଇଥିଲେ ଅଲେଖ ବାବା । ଯାହାଫଳରେ ତାଙ୍କୁ ଏକ ଘରେ ବନ୍ଦ କରି ରଖିବା ସହ ତାଙ୍କ ମୁଣ୍ଡରେ ଲଦି ଦିଆଯାଇଥିବା ସମସ୍ତ ଅପବାଦ । ଏମିତି ହେତୁବାଦୀ ଗାଁରେ ପହଂଚି କାରଣ ଖୋଜିବାକୁ ପ୍ରୟାସ କରିଥିଲେ ପ୍ରଶାସନ। ଏସବୁ ସତ୍ୱେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ରାହା ପାଉନାହାନ୍ତି ପୀଡିତ ପରିବାର ।