ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୁଜାରୀଙ୍କ ଅଫିସ୍ ଆଗରେ ଖସିଲା ଡ୍ରୋନ , ଡ୍ରୋନ୍ ଜବତ କରିବା ସହ ପୋଲିସର ତଦନ୍ତ ଆରମ୍ଭ ।

719

କନକବ୍ୟୁରୋ: ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୁଜାରୀଙ୍କ ଅଫିସ୍ ଆଗରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍ । ଓରିଏଂଟ୍ ଥାନା ଅନ୍ତର୍ଗତ ଆମଦରହ ନିକଟରେ ଥିବା ସୁରେଶ ପୁଜାରୀଙ୍କ ଅଫିସ୍ ନିକଟରେ ଏହି ଡ୍ରୋନ୍ ଖସି ପଡିଛି ।

ଓରିଏଂଟ୍ ପୋଲିସ ଘଟଣା ସ୍ଥଳରେ ପହଁଚି ଡ୍ରୋନ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଡ୍ରୋନ୍ଟି ବନ ବିଭାଗ ନା ଆଉ କାହାର ସେନେଇ ତଦନ୍ତ କରୁଛି ପୋଲିସ । ବେଲପାହଡ ପୋଲିସ ଡ୍ରୋନ୍ ଡିଫ୍ୟୁଜ୍ କରିବା ସହ ତଦନ୍ତ କରୁଛି ।