ଆଗାମୀ ୨ ଦିନ ପରେ ପରିବର୍ତ୍ତନ ହୋଇପାରେ ତାପମାତ୍ରା: କାଳବୈଶାଖୀ ଯୋଗୁଁ ୨ରୁ ୩ ଡିଗ୍ରୀ ଖସିପାରେ ପାରଦ

651

କନକ ବ୍ୟୁରୋ: ଆଗାମୀ ୨ଦିନରେ ଦିନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା କମ ରହିଛି । ଅର୍ଥାତ ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ହେଲେ ପରିବର୍ତ୍ତି ସମୟରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ସମ୍ଭାବନା ରହିଛି । କାଳ ବୈଶାଖୀ ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି । ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି । ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ କାଳବୈଶାଖୀ ଯୋଗୁଁ ତାପମାତ୍ରା ହ୍ରାସ ହେଲେ ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।