ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

201

କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ୨ଅଭିଯୁକ୍ତ ଗିରଫ । ସୋମବାର ବିଳମ୍ବିତ ରାତି ଗୁଜରାଟ ଭୁଜରୁ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ଦୁଇ ଜଣ ବିହାରର ୨୪ବର୍ଷୀୟ ବିକି ଗୁପ୍ତା ଓ ୨୧ବର୍ଷୀୟ ସାଗର ପାଲ ବୋଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମୋଟା ଅଙ୍କର ଟଙ୍କା ନେଇ ସଲମାନ ଖାନଙ୍କ ଘର ଉପରକୁ ଗୁଳି କରିବା ପାଇଁ ଯାଇଥିଲେ ଦୁଇ ଅଭିଯୁକ୍ତ । ସୋମବାର ଭୋରରୁ ସଲମାନ ଖାନଙ୍କ ଘର ଉପରକୁ ଅନ୍ଧାଧୁନ ଗୁଳି ଚାଳନା କରିଥିଲେ ବିକି ଗୁପ୍ତା ଓ ସାଗର ପାଲ । ତେବେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି । ରବିବାର ଭୋରରୁ ସଲମାନ ଖାନଙ୍କ ଘର ଉପରକୁ ୪ରାଉଣ୍ଡ ଗୁଳି ମାଡ଼ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ଉଭୟ ଅଭିଯୁକ୍ତ ଫେରାର ହେବା ବେଳକୁ ସିସିଟିଭି ତାଙ୍କୁ କଏଦ କରିଥିଲା । ସିସିଟିଭି ଭିଜୁଆଲ ଜାରି କରିଥିଲା ପୁଲିସ । ପରେ ତାଙ୍କୁ ଗୁଜରାଟ ଭୁଜରୁ ଗିରଫ କରାଯାଇଛି ।