ନିର୍ବାଚନର ନାରେଟିଭ୍ ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି

62

କନକବ୍ୟୁରୋ: ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି । ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ । ଶାନ୍ତି ଓ ସମୃଦ୍ଧି ହେବ ଆମର ପରିଚୟ । ଓଡ଼ିଶା, ସାରା ଦେଶକୁ ବିକାଶ ବାଟ ଦେଖାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ ସବୁକ୍ଷେତ୍ରରେ ରୁପାନ୍ତରଣ ଆସିବ ବୋଲି ସେ କହିଛନ୍ତି । ୨୦୩୬ରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ । ୨୦୨୪ରୁ ୨୦୩୪ ଏହି ୧୦ ବର୍ଷ ଯୁବଶକ୍ତିଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ । ପିଡିଏସ ଯୋଗାଇବାରେ ଓଡ଼ିଶା ଆଗୁଆ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସକେୱାଇରେ ଲୋକଙ୍କୁ ମିଳୁଥିବା ଚିକିତ୍ସା ସୁବିଧା କଥା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କୁ ବିନା ସୁଧରେ ରୁଣ ମିଳୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ରୁଣୀ । ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ମୋ ପରିବାର କଲ୍ୟାଣ ପାଇଁ ମୁଁ କାମ କରି ଆସିଛି । ଆପଣ ମାନଙ୍କ ସହଯୋଗ ପାଇଁ ଆଗେଇ ଚାଲିଛିା ୫ଟି ଅଧୀନରେ କାମ ଆରମ୍ଭ କରିଛି । ମା ତାରା ତାରିଣୀ ପୀଠ ରୁ କାମ ଆରମ୍ଭ ହୋଇଛି । ସୁନାର ରାଜ୍ୟକୁ ବିକାଶ କଥା ଆମେ କହିଥାଉ । । ୧୦ ବର୍ଷ ଭିତରେ ଆମେ ବହୁତ ଆଗେଇଛୁ । ସେହିପରି ୨୫ ତାରିଖରେ ରାୟଗଡ଼ାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ । ରବିବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା । ଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଛନ୍ତି ।