ବିଧାନସଭା ଅଚଳ , ବିଧାନସଭା ଚାଲିପାରୁ ନାହିଁ । ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଯୋଡିହେଉଛି ଆଉ ତାତି ସ୍ପଷ୍ଟ ବାରିହୋଇପଡୁଛି ବିଧାନସଭା ଗୃହ ଭିତରୁ । ପ୍ରଥମେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପ୍ରସଙ୍ଗ ଏବଂ ତାପରେ ସେଥିରେ ଯୋଡିହୋଇଗଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଏବଂ ତା ସହିତ ଗତକାଲି ଠାରୁ ଯୋଡିହୋଇଯାଇଛି ୮ କୋଟି ଟଙ୍କାର ପ୍ରସଙ୍ଗ, ଯେଂଉଁ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳ ନେତା ଏବଂ ସେ ଶାସକ ଦଳଙ୍କ ଉଦେଶ୍ୟ ରେ କିଛି ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଦେଖାଦେଇଥିଲା ତମ୍ବି ତୋଫାନ୍ ଏବଂ କଥା କଟାକଟି, ଗୃହ ବାରବାର ମୂଲତବୀ ମଧ୍ୟ ହେଲା । ଏପରିକି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିପାରୁ ନାହିଁ, ଏ ହେଉଛି ବିଧାନସଭାର ଗତକିଛି ଦିନର ସ୍ଥିତି । ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେଲା ବିରୋଧୀ ,ଶାସକ ଦଳକୁ ଟାର୍ଗେଟ୍ କରୁଥିବା ବେଳେ ବର୍ତମାନ ଶାସକ ଦଳ ପକ୍ଷରୁ ସିଧାସଳଖ ଏବଂ ଶାଣିତ ଭାବରେ କାଂଉଟର୍ ଆଟାକ୍ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବର୍ତମାନ ଏ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବ୍ଲେମ୍ ଗେମ୍ । ଏବଂ ସେହି ବ୍ଲେମ୍ ଗେମ୍ ପାଇଁ ବିଧାନସଭା ଅଚଳ ହୋଇ ପଡିଛି ଏବଂ ବିଧାନସଭା ଚାଲିପାରୁ ନାହିଁ । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ ର ବିଗ୍ ଡିବେଟ୍ :
Kanak News is now on WhatsApp
Join and get latest news updates delivered to you via WhatsApp