ମାୟାନଗରୀ ମୁମ୍ବାଇରେ ଗଣେଶ ଚତୁର୍ଥୀର ଧୁମ୍

285

କନକ ବ୍ୟୁରୋ : ମୁମ୍ବାଇରେ ଗଣେଶ ଚତୁର୍ଥୀର ଧୁମ୍ । ଆଜିଠାରୁ ଆରମ୍ଭ ହୋଇଥିବା ଗଣେଶ ଚତୁର୍ଥୀ ଉତ୍ସବ ମୁମ୍ବାଇରେ ୧୦ଦିନ ଧରି ପାଳନ କରାଯିବ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅନେକ ପୂଜା ମଣ୍ଡପରେ ଇକୋ ଫ୍ରେଣ୍ଡଲି ମୂର୍ତି ନିର୍ମାଣ ଉପରେ ଜୋର ଦିଆଯାଇଛି । ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିବାବେଳେ ଲାଲବାଗଚା ରାଜାଙ୍କ ମଧ୍ୟ ଦର୍ଶନ କରୁଛନ୍ତି ଭକ୍ତ ।

ମୁମ୍ବାଇ ମ୍ୟୁନିସିପାଲିଟି ୨ହଜାର ୪ଶହ ୫୪ଟି ମଣ୍ଡପ ପାଇଁ ଆବେଦନ ପାଇଥିବାବେଳେ ୯ଶହ ୮୨ଟି ମଣ୍ଡପରେ ମୂର୍ତି ସ୍ଥାପନା ପାଇଁ ଅନୁମତି ଦିଆଯାଇଛି । ଏହାସହ ମୂର୍ତି ବିସର୍ଜନ ପାଇଁ ୭୨ଟି ପୋଖରୀ ଏବଂ ୨୭ଟି ଜାଗା ଚିହ୍ନଟ କରାଯାଇଛି । ଏହାସହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପେଣ୍ଡାଲରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମଗ୍ର ଅଂଚଳରେ ସିସିଟିଭି ଜରିଆରେ ନଜର ରଖିଛି ମୁମ୍ବାଇ ପୁଲିସ । ମୁମ୍ବାଇରେ ଖୁବ୍ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ କରାଯାଉଛି । ସିଦ୍ଧିବିନାୟକ ମନ୍ଦିର ଓ ଲାଲବାଗଚା ରାଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।