ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗ ! ଏମଏସଏମଇ ମନ୍ତ୍ରୀ କହିଲେ, ରସଗୋଲା ଆମର

90

କନକ ବ୍ୟୁରୋ : ଅନିଶ୍ଚିତତା ମଧ୍ୟରେ ରସଗୋଲାର ଜିଆଇ ମାନ୍ୟତା । ରସଗୋଲାର ଜିଆଇ ମାନ୍ୟତାକୁ ନେଇ ଏପଟେ ବଢିଲା ବିବାଦ । ଫେବୃଆରୀ ୨୩ରେ ରାଜ୍ୟ ସରକରାଙ୍କ କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । କିନ୍ତୁ ଆବେଦନର ୫ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରସଗୋଲାର ମାନ୍ୟତା ମିଳିପାରିଲାନି । ଏପଟେ ସରଗୋଲା ଦିବସରେ ସରକରାଙ୍କ ମନେପଡିଛି ଜିଆଇ ମାନ୍ୟତା କଥା । ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ରସଗୋଲର ସମସ୍ତ ତଥ୍ୟ ଜିଆଇ କାର୍ଯ୍ୟାଳୟରେ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ରସଗୋଲାର ୧୪ଟି ତଥ୍ୟ ମାଗିଥିଲା ଜିଆଇ କାର୍ଯ୍ୟାଳୟ । ଏପଟେ ମନ୍ତ୍ରୀ କହିଛନ୍ତି ତଥ୍ୟ ସବୁ ସଂଗ୍ରହ ଚାଲିଛି । ଆଉ ରସଗୋଲା ହେଉଛି ଓଡିଶାର ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ।

ସୂଚନାଯୋଗ୍ୟ ଆଜି ରସଗୋଲା ଦିବସ । ନୀଳାଦ୍ରୀ ବିଜେ ସମୟରେ ମା’ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦେଇ ତୁଷ୍ଟ କରିଥାନ୍ତି । ସେହି ଦୃଷ୍ଟିରୁ ଓଡିଶାରେ ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଦିନ ରସଗୋଲା ଦିବସ ପାଳିତ ହୋଇଆସୁଛି । ମିଠା ଭିତରେ ରାଜା ରସଗୋଲା । ବଜାରରେ ମିଳୁଛି ଗୁଲପ ଜାମୁନ, ଅନାରକଲି ହୀରାମଣି, ମଏେଇ ଚପ୍, କେଶର ପେଡା, ସନ୍ଦେଶ ଆଦି ଶତାଧିକ ମିଠା । ଆଜି ମିଠା ଦିବସ ହୋଇଥିବାରୁ ବିଭିନ୍ନ ରସଗୋଲା ବଜାର ସଜେଇ ହୋଇଛି । ତେବେ ରସଗୋଲା ଦିବସରେ ରସଗୋଲାର ଜିଆଇ ମାନ୍ୟତା ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି ।