ଲିଙ୍ଗରାଜ ମନ୍ଦିରକୁ ବଡ ବିପଦ ! ଜଗମୋହନ ଖମ୍ବରେ ଫାଟ, ତୁରନ୍ତ ମରାମତି ନହେଲେ ସାଂଘାତିକ ହେବ ସ୍ଥିତି ।

95

କନକ ବ୍ୟୁରୋ : ସଂକଟରେ ରାଜ୍ୟର ସବୁଠୁ ବଡ ଶୈବ ପୀଠ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଜଗମୋହନ ଖମ୍ବରେ ରହିଛି ଫାଟ । ତୁରନ୍ତ ଯାଂଚ୍ କରି ପଦକ୍ଷେପ ନିଆନଗଲେ, ଆଗକୁ ଏହା ଏକ ନିଶ୍ଚିତ ବିପଦକୁ ଟାଣି ଆଣିବାର ଆଶଙ୍କା ରହିଛି । ଏଭଳି କିଛି ଆଶଙ୍କା ପ୍ରକଟ କରିଛନ୍ତି-ଏଏସଆଇ ବୈଷୟିକ କମିଟି ମୁଖ୍ୟ ଜିସି ମିତ୍ର । ପୁରୀ ବଡ ଦେଉଳ ଏବଂ କୋଣାର୍କ ଭଳି ବିଶ୍ୱ ଐତିହ୍ୟର ସ୍ଥିତିକୁ ନେଇ ଅନେକ ସମୟରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଲିଙ୍ଗରାଜ ମନ୍ଦିରକୁ ନେଇ ଆସିଛି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ।

ବିପଦରେ ଲିଙ୍ଗରାଜ ମନ୍ଦିର, ଜଗମୋହନ ଖମ୍ବରେ ଫାଟ । ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ନଜର ଆଢୁଆଳରେ ରହିଯାଇଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ବିଶ୍ୱପ୍ରସିଦ୍ଧ ଏହି ଶିବ ମନ୍ଦିରର ଜଗମୋହନ ପିଲାରରେ ଦୀର୍ଘ ଦିନ ଧରି ଫାଟ ରହିଥିଲେ ମଧ୍ୟ ଏହା ପ୍ରତି କେହି ନଜର ପକାଉନାହାନ୍ତି । ଏପରିକି ଏହି ପୁରାତନ କୀର୍ତିରାଜିକୁ ତୁରନ୍ତ ଯାଂଚ କରି ପଦକ୍ଷେପ ନିଆନଗଲେ ଆଗକୁ ଏହାର ସ୍ଥିତି ବିପଦମୂଖୀ ହୋଇପାରେ । ଏମିତି ଆଶଙ୍କା ପ୍ରକଟ କରିଛନ୍ତି ଏଏସଆଇ ବୈଷୟିକ କମିଟି ମୁଖ୍ୟ ଜି ସି ମିତ୍ର ।

Lingaraj_temple

ଏକାଦଶ ଶତାଦ୍ଦୀରେ ନିର୍ମିତ ଏହି ମନ୍ଦିର ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ପୁରାତନ । କିନ୍ତୁ ଏହାର ସ୍ଥାୟିତ୍ୱ ନେଇ ଏବେ ଉଠିଛି ପ୍ରଶ୍ନ । ଜଗନ୍ନାଥ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ରାଜ୍ୟ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜର ଗୈାରବ ବହନ କରେ । ତେଣୁ ଅନ୍ୟ ଦୁଇ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବାକୁ ଦାବି ଉଠିଛି ।