ଧୋନି ଧୁରନ୍ଧରଙ୍କ ନାଁରେ ଆଉ ଏକ ବିଶ୍ୱ ରେକର୍ଡ ! ୧୦୦ତମ ଷ୍ଟମ୍ପ ଆଉଟ କରି ଭାଙ୍ଗିଲେ କୁମାର ସାଙ୍ଗାକାରାଙ୍କ କୀର୍ତ୍ତିମାନ
କନକ ବ୍ୟୁରୋ : ଧୋନି ଧୁରନ୍ଧରଙ୍କ ଖାତାରେ ପୁଣି ଏକ ବିଶ୍ୱ ରେକର୍ଡ । କଲୋମ୍ବୋରେ ଦିନିକିଆ କ୍ୟାରିଅରର ୧୦୦ତମ ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ କରିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ମାହି । ପ୍ରେମଦାଶା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପଂଚମ ଦିନିକିଆରେ ଅକିଲ ଧନଞ୍ଜୟଙ୍କୁ ଷ୍ଟମ୍ପ ଆଉଟ କରି କ୍ୟାରିୟରର ୧୦୦ତମ ୱିକେଟ ନେଇଛନ୍ତି ଧୋନି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଶ୍ରୀଲଙ୍କା ୱିକେଟ କିପର କୁମାର ସାଙ୍ଗାକାରାଙ୍କ ନାଁରେ ଦିନିକିଆରେ ୯୯ଟି ୱିକେଟ ଦଖଲ କରିବାର ରେକର୍ଡ ରହିଥିଲା । ୨୦୦୦ରୁ ୨୦୧୫ ଭିତରେ ସାଙ୍ଗାକାରା ତାଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିଅରରେ ଏହି ୱିକେଟ ନେଇଥିଲେ । ସେହି ଶ୍ରୀଲଙ୍କାର ରମେଶ କାଲୁୱିତରଣ ୭୫ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ମୋଇନ ଖାନ ୭୩ଟି ୱିକେଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଗୁରୁବାର କଲମ୍ବୋରେ ଖେଳାଯାଇଥିଲା । ଏହି ମ୍ୟାଚ୍ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୦୦ତମ ମ୍ୟାଚ୍ ଥିଲା । ଦିନିକିଆ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଫିନିସର୍ର ମାନ୍ୟତା ପାଇଥିବା ଧୋନି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୪୬୩), ରାହୁଲ ଦ୍ରାବିଡ (୩୪୪), ମହମ୍ମଦ ଆଝାରୁଦ୍ଦିନ (୩୩୪), ସୌରଭ ଗାଙ୍ଗୁଲି (୩୧୧) ଓ ଯୁବରାଜ ସିଂହ (୩୦୪)ଙ୍କ କ୍ଲବରେ ସାମିଲ ହୋଇଛନ୍ତି ।