ପୁଣି ସାମ୍ନାକୁ ଆସିଲା ପିଲାଙ୍କ ସହ କ୍ୟାପଟେନ୍ କୁଲଙ୍କ ମସ୍ତି ! ଶନିବାର ମ୍ୟାଚ ପରେ ସାଥୀ ଖେଳାଳିଙ୍କ ପିଲାଙ୍କ ସହ ପଡିଆରେ ରେସ ଲଗାଇଲେ ଧୋନି ।

386

ଏବେ ଭାରତରେ ଚାଲିଛି ଆଇପିଏଲର ଫିଭର । ପ୍ରତିଦିନ ଜମୁଛି ଫଟାଫଟ କ୍ରିକେଟର ମାହୋଲ । ଏହା ଭିତରେ କ୍ୟାପଟେନ୍ କୁଲ୍ ଧୋନୀଙ୍କ ଏକ ନିଆରା ଅନ୍ଦାଜ ସାମ୍ନାକୁ ଆସିଛି । ପିଲାଙ୍କ ସହ ପଡିଆରେ ରେସ୍ ଲଗାଇବାର ନଜର ଆସୁଛନ୍ତି ଧୋନୀ । ଏହି ଭିଜୁଆଲକୁ ଚେନ୍ନାଇ ସୁପରକିଙ୍ଗସ ତାହାର ଅଫିସିଆଲ୍ ପେଜରେ ବି ଅପଲୋଡ୍ କରିଛି ।

ଶନିବାର କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୨୨ ରନରେ ହରାଇଥିଲା ଚେନ୍ନାଇ । ମ୍ୟାଚ୍ ସରିବା ପରେ ଚେନ୍ନାଇର ଖେଳାଳି ମାନେ ପଡିଆରେ ଠିଆ ହୋଇଥିଲେ । ଏତିକିବେଳେ ସେନ୍ ୱାଟସନ୍ ଓ ଇମ୍ରାନ୍ ତାହିରଙ୍କ ପୁଅଙ୍କ ସହିତ ରେସ୍ ଲଗାଇଲେ ଧୋନୀ । ଦୁଇ ଜଣ ପିଲାଙ୍କ କଡରେ ଧୋନୀ ଦୌଡିବା ମାତ୍ରେ , ଦୁଇ ପିଲା ତାଙ୍କୁ ଗୋଡାଇ ଗୋଡାଇ ପଡିଆ ଭିତରକୁ ଚାଲି ଯାଇଥିଲେ । କିଛି ବାଟ ଯିବା ପରେ ଧୋନୀ , ଇମ୍ରାନ୍ ତାହିରଙ୍କ ପୁଅକୁ କୋଳ କରି ଫେରି ଆସିଥିଲେ । ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ବିଭିନ୍ନ ସମୟରେ ଧୋନୀଙ୍କ ପିଲାଙ୍କ ସହିତ ନଟଖଟ ହେବାର ଦେଖିବାକୁ ମିଳିଥାଏ । ତେବେ ଶନିବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଧୋନୀଙ୍କର ଛୋଟ ପିଲାଙ୍କ ସହିତ ରେସ୍ , ବେଶ୍ ମଜାଦାର ହୋଇଛି ।