ନାରଦ, କୃଷ୍ଣ ଭଳି ବେଶଭୂଷା ପିନ୍ଧିସାରିଥିବା ଟିଡିପି ସାଂସଦ ବନିଲେ ହିଟଲର୍, ମୋଦିଙ୍କୁ ଶାସନ ପଦ୍ଧତି ବୁଝାଇବା ପାଇଁ ପହଂଚିଲେ ସଂସଦ

53

ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନେତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଚିତ୍ର ପ୍ରକାର ବେଶପୋଷାକରେ ନେତାମାନେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଇ କିଛି ଦିନ ତଳେ ବିହାରର ଆରଜେଡି ନେତା ତେଜ୍ ପ୍ରତାପଙ୍କୁ ଧରି ନିଅନ୍ତୁ । ନିଜର ଭିନ୍ନ ରୂପକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ । କେତେବେଳେ କୃଷ୍ଣ ତ ଆଉ କେତେବେଳେ ଶିବଙ୍କ ରୂପ ନେଇ ସେ ଚର୍ଚ୍ଚା ସାଉଁଟିଥିଲେ । କିନ୍ତୁ ଏ ଦିଗରେ ତେଜ୍ ପ୍ରତାପଙ୍କୁ ପଛରେ ପକାଇ ଦେଇଛନ୍ତି ଆଉ ଜଣେ ନେତା । ସେ ହେଉଛନ୍ତି ଟିଡିପି ଦଳର ଚିତ୍ତୁର ସାଂସଦ ନାରାମାଲ୍ଲୀ ଶିବପ୍ରସାଦ୍ । ତାଙ୍କର ନାଟକୀୟ ଚରିତ୍ର ପାଇଁ ପ୍ରସିଦ୍ଧ, ଏହି ଚିତ୍ତୁର ସାଂସଦ ହିଟଲର ରୂପରେ ସଂସଦକୁ ଯାଆନ୍ତି, ମୋଦିଙ୍କୁ ଜଣାଇବା ପାଇଁ କି ସେ କ’ଣ ବନିଯାଇଛନ୍ତି । ଗୁରୁବାର ଦିନ ସାଂସଦ ଏନ୍ ଶିବପ୍ରସାଦ ମୈାସୁମୀ ଅଧିବେଶନରେ ହିଟଲର ରୂପରେ ଯାଇ ଏବେ ଚର୍ଚ୍ଚାରେ । ଜଣେ

କେନ୍ଦ୍ର ସରକାରଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ସମ୍ବନ୍ଧିତ ମାମଲାକୁ ଅଣଦେଖା କରିବା ବିରୋଧରେ ଶିବପ୍ରସାଦ ଅଧିକାଂଶ ସମୟରେ ବିଭିନ୍ନ ଚରିତ୍ର- ସାଣ୍ଟା କ୍ଲଜ୍ , ଭଗବାନ କୃଷ୍ଣ, ଜଣେ ପାଦ୍ରି ସହିତ ମହାତ୍ମା ଗାନ୍ଧୀଙ୍କ ରୂପରେ ମଧ୍ୟ ପ୍ରସ୍ତୁତ ହୋଇକି ଆସନ୍ତି । କିନ୍ତୁ ଏଥର ଶିବପ୍ରସାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚେତାବନୀ ନେଇକି ଆସିଥିଲେ । ସେ କହିଲେ କି ‘ମୋଦି ସାହାବ’ଙ୍କ ପାଇଁ ଏକ ପରାମର୍ଶ ଅଛି । ସେ କ’ଣ ବନିଛନ୍ତି ମୋଦିଙ୍କୁ ଦେଖାଇବା ପାଇଁ ହିଟଲର ରୂପେ ଆସିଛନ୍ତି ବୋଲି କହିଲେ ଶିବପ୍ରସାଦ ।

ହିଟଲର ଭାବେ ଶିବପ୍ରସାଦ କହିଲେ କି, “ଜର୍ମାନୀ ସେନାର ଅଧ୍ୟକ୍ଷ ହେବା ପରେ ମୁଁ କାହା କଥା ଶୁଣିନି, ମୁଁ କାହାର ପରାମର୍ଶ ନେଇନଥିଲି । ସେଥିପାଇଁ ମୁଁ ବର୍ବାଦ ହୋଇଗଲି । ତୁମେ(ମୋଦି) ମଧ୍ୟ ଏଭଳି କରୁଛ, ସେମିତି ହୁଅନି । ”