ଛତିଶଗଡ ପୋଲିସ ଅପରେସନ ପରେ ବଢୁଛି ମାଓବାଦୀଙ୍କ ଭୟ : ମାଲକାନଗିରି ସୀମାରେ ଲଙ୍କାକାଣ୍ଡ

40

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଂକାକାଣ୍ଡ । ପୁଣି ୫ଟି ଟ୍ରକ୍ ଜାଳିଦେଲେ ମାଓବାଦୀ । ଛତିଶଗଡ଼ ଦାନ୍ତେୱାଡ଼ା ଜିଲ୍ଲା ବଚେଲି ଠାରେ ଏହି କାଣ୍ଡ ଭିଆଇଛନ୍ତି ମାଓବାଦୀ । ଜଳିଯାଇଥିବା ବସ୍ ମଧ୍ୟରୁ ଜଣଂକର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ମାଓବାଦୀମାନେ ଲଗାତର ଦିତୀୟ ଦିନରେ ଏହି ଜଳାପୋଡ଼ା କରିଛନ୍ତି । ୨ ଦିନରେ ମାଓବାଦୀମାନେ ୮ଟି ଟ୍ରକ୍ ପୋଡ଼ିସାରିଲେଣି ।

ସୂଚନାଯୋଗ୍ୟ, ଗତକାଲି ଦାନ୍ତେୱାଡାରେ ରେଳଧାରଣା ଉଡାଇ ଦେଇଥିଲେ ମାଓବାଦୀ । ଫଳରେ ପାସେଂଜର ଟ୍ରେନ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଥିଲା । ମାଓବାଦୀମାନେ ରେଳଧାରଣା ଉଡାଇଥିବା ବେଳେ ସେହି ସମୟରେ ତାମାଲୁର ଠାରୁ ଦାନ୍ତେୱାଡା ପାସେଂଜର ସେହି ରେଳଧାରଣା ଦେଇ ଯାଉଥିଲା । ତେବେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ସେପଟେ ଦାନ୍ତେୱାଡା ଜିଲ୍ଲାରେ ୨ଟି ଯାତ୍ରୀବାହୀ ବସ୍ ଓ ଗୋଟିଏ ଟ୍ରକ ମଧ୍ୟ ପୋଡିଦେଇଛନ୍ତି ମାଓବାଦୀ ।
ଦାନ୍ତେୱାଡାରୁ ରାୟପୁରକୁ ବସ ଯାଉଥିବା ବେଳେ ଭାନସୀ ଥାନା ଧୁରଲି ଠାରେ ମାଓବାଦୀମାନେ ୨ଟି ବସକୁ ଅଟକାଇଥିଲେ । ବସରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସକୁ ଜାଳି ଦେଇଥିଲେ ନକ୍ସଲ । ସେହିପରି ମାଓବାଦୀ ରାସ୍ତାରେ ଗୋଟିଏ ଟ୍ରକକୁ ଅଟକାଇ ପୋଡି ଦେଇଥିଲେ। ମାଓବାଦୀଙ୍କ ପୋଡାଜଳା ପରେ ଦାନ୍ତେୱାଡାରୁ ରାୟପୁର ରାସ୍ତାରେ ବସ ଚଳାଚଳ ବନ୍ଦ ରହିଥିଲା ।