ଲୁଚି ରହିଥିବା ବିରାଟ ନାଗ ସହ ଲଢ଼େଇ କଲା ବିଲେଇ : ଜୀବନ ଦେଲା ହେଲେ ନାଗକୁ ଘର ଭିତରକୁ ଯିବାକୁ ଦେଲାନି

57

କନକ ବ୍ୟୁରୋ : ନାଗ ସହ ବିଲେଇର ଲଢ଼େଇ । ଏଥିରେ ହାରି ଯାଇଛି ଛୁଆ ବିଲେଇ । ହାରିଛି ପଛେ ଘର ଭିତରକୁ ନାଗକୁ ପଶିବାକୁ ଦେଇନି ବିଲେଇ । ହେଲେ ବିରାଟ ନାଗ ସାପ ଚୋଟରେ ଛୁଆ ବିଲେଇର ଜୀବନ ଯାଇଛି । କଟକ ଜିଲ୍ଲା ବାଙ୍କୀ ଅଂଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଜୟ ନନ୍ଦଙ୍କ ଘରେ ଏକ ନାଗସାପ ପଶି ଯାଇଥିଲା । ଯାହାକୁ ଦେଖିଥିଲେ ବିଜୟଙ୍କ ଘରେ ରହୁଥିବା ପୋଷା ବିଲେଇ ଏବଂ ତାର ଛୁଆ । ତେବେ ଘର ଭିତରକୁ ଯିବାପାଇଁ ଦେଲାନି ବିଲେଇ ଛୁଆ । ମାଲିକଙ୍କ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଲା । ବେଶ୍ କିଛି ସମୟ ଧରି ବିରାଡ଼ି ନାଗ ଭିତରେ ଲାଗିଥିଲା ଲଢ଼େଇ । ବିଲେଇ ନାଗକୁ ଏକ ଘଂଟାରୁ ଅଧିକ ସମୟ ଅଟକାଇ ରଖିଥିଲା । ବିଲେଇ ବାଟ ନଛାଡ଼ିବାରୁ ନାଗଟି ରାଗି ଯାଇ ଛୁଆ ବିଲେଇକୁ ଚୋଟ ମାରିଥିଲା । ଚୋଟ ମାରିବା ପରେ ଦୀର୍ଘ ସମୟ ଧରି ନାଗ ସାପ ମୃତ ବିଲେଇ ପାଖରେ ଫଣା ଟେକି ଜଗି ରହିଥିଲା । ଘଟଣା ସଂର୍ପକରେ ପରିବାର ଲୋକ ଜାଣିବା ପରେ ସ୍ନେକ ହେଲପ ଲାଇନ ସଦ୍ୟଙ୍କୁ ଡ଼ାକିଥିଲେ । ସ୍ନେକ ହେଲପ ଲାଇନ ସଦସ୍ୟ ସେଠାରେ ପହଂଚି ନାଗ ସାପଟିକୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ ଏବେ ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ସାପ ଦେଖିବା ପାଇଁ ମିଳୁଛନ୍ତି । ଦିନକୁ ଦିନ ବଢୁଛି ସାପର ଆତଙ୍କ । କିଛି ଦିନ ପୂର୍ବରୁ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା । ସାମ୍ବାଦିକତା ଏବଂ ଗଣମାଧ୍ୟମ ବିଭାଗର ଲାଇବ୍ରେରୀ ଭିତରେ ସାପଟି ଆଲମାରି ତଳେ ପଶି ରହିଥିଲା । ସାପକୁ ଦେଖିବା ପରେ ଆତଙ୍କିତ ହୋଇଯାଇଥିଲେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ । ଏହା ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।