ଉଦଘାଟନ ବେଳେ ହୋଇପାରେ ବିରୋଧ ! ନିଶ୍ଚିନ୍ତକୋଇଲିରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିବେ ସାଂସଦ ବୈଜୟନ୍ତ ପଣ୍ଡା

21

କନକ ବ୍ୟୁରୋ : ଆଜି କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗାଁରେ ହେବାକୁ ଥିବା ବୈଜୟନ୍ତଙ୍କ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି । ସାଂସଦ ଜନତାଙ୍କ ସହ ସମ୍ପର୍କ ରଖିନଥିବାରୁ ଜନ ଅସନ୍ତୋଷ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବ୍ଲକ ବିଜେଡି ସଭାପତି । ଏହି ଚିଠିରେ ବ୍ଲକର ଅନ୍ୟ କେତେକ କର୍ମକର୍ତାଙ୍କ ଦସ୍ତଖତ ରହିଛି ।

ସାଂସଦ ବିରୋଧୀ ବ୍ୟକ୍ତିଙ୍କ ସହାୟତାରେ ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ କରୁଥିବା କହିଛନ୍ତି ବ୍ଲକ ବିଜେଡି ସଭାପତି । ଫଳରେ ନିଜ ଲୋକସଭା ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିପାରନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନିଶ୍ଚିନ୍ତକୋଇଲିରେ ସାଂସଦଙ୍କୁ ବିରୋଧ କରିବା ପାଇଁ ବିଜେଡିର ଏକ ଗୋଷ୍ଠୀ ପ୍ରସ୍ତୁତି ହେଉଥିବା ଜଣା ପଡିବା ଏପରି ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଗତକାଲି ବୁହାଲୋ ସରପଂଚ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କୁ ଭବ୍ୟ ସ୍ୱାଗତ କରାଯିବ ଏବଂ ଉଦଘାଟନ କାର୍ଯ୍ୟକ୍ରମ ସୁରୁଖୁରୁରେ ଶେଷ ହେବ ବୋଲି କହିଛନ୍ତି ।

ଅନ୍ୟପଟେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ କାର୍ଯ୍ୟକ୍ରମ ସମୟରେ ଏକ ବିଶାଳ ରାଲିରେ କରିବାର ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ ।