ପ୍ରେମରେ ଅନ୍ଧ ହୋଇ ଘର ଛାଡ଼ିଲେ ବିବାହିତା ମହିଳା ! ସ୍ୱାମୀଙ୍କ ସହ ଦୁଇ ପିଲାକୁ ମଧ୍ୟ ଭୁଲିଗଲେ

51

ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ବିବାହିତ ମହିଳା ଫେସବୁକ୍‌ ମାଧ୍ୟମରେ ପ୍ରେମ କରି ନିଜ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ପ୍ରେମର ନିଶା ଏମିତି ଯେ ୨ ଲକ୍ଷ ଟଙ୍କା ଦରମା ପାଉଥିବା ସ୍ୱାମୀକୁ ଛାଡ଼ି ଏକ ମୋବାଇଲ୍‌ ସର୍ଭିସ ସେଣ୍ଟରରେ ମାତ୍ର ୮ହଜାର ଟଙ୍କା ଦରମା ପାଉଥିବା ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ବିବାହିତ ମହିଳା । ମହିଳା ଜଣକ ମେ ୯ରେ ଘରୁ ଚାଲି ଯାଇଥିବା ବେଳେ ମଙ୍ଗଳବାର ସେ ପ୍ରେମିକ ସହ ଘରୁ ଚାଲି ଆସିଥିଲେ ବୋଲି ଜଣାପଡ଼ିଛି ।

ଗତ ମେ ୯ରୁ ସ୍ତ୍ରୀ ଘରୁ ଅଚାନକ କୁଆଡ଼େ ଚାଲିଯିବାରୁ ତାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ମହିଳାଙ୍କ ଫୋନକୁ ଟ୍ରାକ୍‌ କରି ପୁଲିସ ବିହାରର ଜହାନାବାଦ୍‌ରେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଠାବ କରିଥିଲେ । ମାମଲାର ସମାଧାନ ପାଇଁ ପୁଲିସ ଉଭୟ ପକ୍ଷକୁ ପୁଲିସ ଷ୍ଟେସନ ଡ଼ାକାଇଥିବା ବେଳେ ମହିଳାଙ୍କୁ ସବୁ କିଛି ଭୁଲି ନିଜ ସ୍ୱାମୀଙ୍କ ସହ ଯିବା ପାଇଁ କହିଥିଲେ । କିନ୍ତୁ ମହିଳାଙ୍କ ମୁଣ୍ଡରେ ପ୍ରେମର ନିଶା ଏମିତି ଥିଲା ଯେ ସେ ସ୍ୱାମୀଙ୍କ ସହ ଯିବା ପାଇଁ ରାଜି ହୋଇ ନଥିଲେ । ଶେଷରେ ପୁଲିସକୁ ବାଧ୍ୟ ହୋଇ ମହିଳାଙ୍କୁ ତାଙ୍କ ପ୍ରେମିକ ସହ ଯିବାକୁ ଦିଆ ଯାଇଥିଲା ।

ସୂଚନା ମୁତାବକ,୨୦୦୨ ଶ୍ୱେତା ଜଣେ ପ୍ରଫେସରଙ୍କୁ ବିବାହ କରିଥିଲେ । ବିବାହ ପରେ ପ୍ରଫେସରଙ୍କ ସାହାଯ୍ୟରେ ଶ୍ୱେତା ଜଣେ ଶିକ୍ଷୟତ୍ରୀ ହୋଇ ପାରିଥିଲେ । ବିବାହର କିଛି ବର୍ଷ ପରେ ତାଙ୍କର ଦୁଇଟି ପିଲା ହୋଇଥିବା ବେଳେ ୬ ମାସ ତଳେ ସେ ବିହାରର କୁନ୍ଦନ କୁମାରଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଜାଣିଥିଲେ । ଧୀରେ ଧୀରେ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ୱେତାଙ୍କୁ ଘରୁ ଫେରାର ହେବାକୁ ବାଧ୍ୟ କରିଥିଲା ।