ଲିଙ୍ଗରାଜ ମନ୍ଦିରରେ ମୋଦି ! ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

25

କନକ ବ୍ୟୁରୋ : ମୋଦିଙ୍କ ଶିବ ପୂଜା । ଆଉ କିଛି ସମୟରେ ଲିଙ୍ଗରାଜ ମନ୍ଦିରରେ ପହଁଚି ଶିବ ଆରାଧନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ୮ଟା ୫୦ରେ ଲିଙ୍ଗରାଜ ମନ୍ଦିରରେ ପହଁଚିବେ ମୋଦି । ତାପରେ ଆରମ୍ଭ ହେବ ପୂଜାର୍ଚ୍ଚନା । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋଦିଙ୍କ ପୂଜା ସମୟରେ ଶିବମନ୍ତ୍ର ଉଚ୍ଚାରଣ ପାଇଁ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।