ଆସନ୍ତା ୨୬ତାରିଖରେ ଆକାଶମାର୍ଗରୁ ବିହାରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ ନରେନ୍ଦ୍ର ମୋଦି !

34

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ଆକାଶମାର୍ଗରୁ ବିହାରର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି । ବନ୍ୟା ପ୍ରଭାବିତ ଅଂଚଳରେ ଚାଲିଥିବା ରିଲିଫ କାମ ଓ କ୍ଷୟକ୍ଷତିର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିବେ ବୋଲି କୁହାଯାଉଛି । ବିହାରର ପ୍ରାୟ ୧୮ ଜିଲ୍ଲାର ମୋଟ ଏକ କୋଟି ୪୬ ଲକ୍ଷ ୧୯ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ବନ୍ୟାରେ ରାଜ୍ୟର ୩୪୧ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି ।

ସୂଚନାଯୋଗ୍ୟ ଧୀରେ ଧୀରେ ବେକାବୁ ହେଉଛି ବିହାର ବନ୍ୟା ପରିସ୍ଥିତି । ସଙ୍କଟରେ ପଡ଼ିଛି ଲକ୍ଷାଧିକ ଜନଜୀବନ । ଗୋଟେ ପଟେ ବନ୍ୟା ସମସ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଲଗାଣା ବର୍ଷା ଯୋଗୁଁ ପରିସ୍ଥିତି ବିଗୁଡିଛି । ଲକ୍ଷ ଲକ୍ଷ ଲୋକ ବାସହରା ହୋଇପଡିଛନ୍ତି ।