ଭାରତରେ ଗଡିବା ପୂର୍ବରୁ ଜାପାନର ବୁଲେଟ୍ ଟ୍ରେନରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

35

କନକ ବ୍ୟୁରୋ : ଭାରତରେ ଗଡିବା ପୂର୍ବରୁ ଜାପାନର ବୁଲେଟ୍ ଟ୍ରେନରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ । ଟୋକିଓରୁ କାୱେ  ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ୩ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଜାପାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଏହି ସମ୍ବୋଧନରେ ସେ କଳାଧନ ରୋକିବା ପାଇଁ ହୋଇଥିବା ଆର୍ଥିକ ସଂସ୍କାର ନେଇ ସୂଚନା ଦେଇଛନ୍ତି ।

ପୂର୍ବରୁ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବହୁ ପ୍ରତିକ୍ଷୀତ ବେସାମରିକ ପରମାଣୁ ଚୁକ୍ତି । ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।  ଏହି ଅବସରରରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଧନ୍ୟବାଦ ଦେଇଥିଲେ ।