ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ର ୩୧ତମ ସଂସ୍କରଣ ! ରେଡିଓରେ ମନର କଥା କହିବେ ମୋଦି

41

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓରେ ‘ମନ୍ କୀ ବାତ୍’ କରିବେ । ସକାଳ ୧୧ଟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ । ଏହା ହେବ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ୩୧ ତମ ସଂସ୍କରଣ । ‘ମନ୍ କୀ ବାତ୍’ର ୩୦ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନ୍ୟୁ ଇଣ୍ଡିଆର ଭିଜନ ସମ୍ପର୍କରେ ଦେଶବାସୀଙ୍କୁ କହିଥିଲେ ।

ସେ କହିଥିଲେ, ନ୍ୟୁ ଇଣ୍ଡିଆ ହେଉଛି ୧୨୫ କୋଟି ଦେଶବାସୀଙ୍କ ସ୍ୱପ୍ନ । ଅନ୍ୟ ସଂସ୍କରଣ ଗୁଡିକରେ ବି ମୋଦିଙ୍କ ଫୋକସରେ ରହିଛି ନ୍ୟୁ ଇଣ୍ଡିଆ ଭିଜନ କାର୍ଯ୍ୟକ୍ରମ । ଆଜିର କାର୍ଯ୍ୟକ୍ରମରେ ମୋଦି ନକ୍ସଲ ଆକ୍ରମଣ ଓ ଛାତ୍ରଛାତ୍ରୀଙ୍କୁ କିଛି ପରାମର୍ଶ ଦେବା ନେଇ ଆଶା କରାଯାଉଛି ।